ତାଜା ଖବରରାଜ୍ୟ

ରାଜ୍ୟର ଉପକୂଳ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ

ଭୁବନେଶ୍ୱର : ରାଜ୍ୟର ଉପକୂଳ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ବେଆଇନ ଅନୁପ୍ରବେଶକୁ ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଜୁନ୍ ୪ ତାରିଖରେ ପୋଲିସ ଭବନରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଆୟୋଜନ ହେବାକୁ ଯାଉଛି।

ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକକୁ ନେଇ ଏହି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇ ଉପକୂଳ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଓଡ଼ିଶା ପୁଲିସର ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମ୍ମିଳନୀର ଉଦ୍‌ଘାଟନ କରିବେ। ଏହି ଅବସରରେ ଓଡ଼ିଶା ପୋଲିସ, ଭାରତୀୟ ତଟରକ୍ଷୀ ବାହିନୀ, ଗୃହ ମନ୍ତ୍ରଣାଳୟ, ଇଣ୍ଟେଲିଜେନ୍ସ ବ୍ୟୁରୋ, ସିଆଇଏସଏଫ୍ ଓ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ସମାପନୀ ଅଧିବେଶନରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଯୋଗଦେଇ ଉପକୂଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ମତ ରଖିବେ।

 

Leave a Reply

Your email address will not be published. Required fields are marked *