ମୋଡ୍ରେ ବ୍ରହ୍ମପୁର ପୋଲିସ ୨୪ ଘଣ୍ଟାରେ ୩ ଏନକାଉଣ୍ଟର ଅପରାଧୀଙ୍କ ତ୍ରାହି ନାହିଁ: ଏସପି
ବ୍ରହ୍ମପୁର, ୨୬|୫ : ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଏଥିରୁ ବ୍ରହ୍ମପୁର ବାଦ ପଡ଼ି ନଥିବାବେଳେ ଅଶାନ୍ତ ହୋଇ ପଡ଼ିଛି ସହର। ଅପରାଧୀଙ୍କୁ ଆଉ ଏନକାଉଣ୍ଟର ବି ଭୟ ଲାଗୁନି। ଏଣିକି ଅପରାଧୀଙ୍କୁ ଆଉ ତ୍ରାହି ନାହିଁ ବୋଲି କଡ଼ା ଚେତାବନୀ ପରେ ବି ବିଚ ରାସ୍ତାରେ ହେଉଛି ହଣାକଟା ଓ ମାର ପିଟ। ସହର ଏବେ ଅଶାନ୍ତ ହୋଇପଡ଼ିଥିବାବେଳେ ରାତିରେ ବାହାରିବା ମୁସ୍କିଲ ହୋଇପଡ଼ିଛି। ଦିନକୁ ଦିନ ଚୋରି , ଡକାୟତି , ରାହାଜାନି ଭଳି ଘଟଣା ବଢ଼ି ଚାଲିଥିବାବେଳେ ବ୍ରହ୍ମପୁର ପୋଲିସ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଯାହାକୁ ନେଇ ଏବେ ଆକ୍ସନ୍ ମୋଡ୍ ଆସିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁରରେ ଗୋଟିଏ ଦିନରେ ତିନୋଟି ଏନକାଉଣ୍ଟର ହୋଇଛି । ସୋମବାର ଭୋରୁ ଜଣଙ୍କୁ ଏନକାଉଣ୍ଟର ହୋଇଥିବାବେଳେ ସୋମବାର ରାତି ୧୨ ଟାରେ ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ସେମାନେ ହେଲେ ହେଲେ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ(୨୭) ଓ ଗୁଜରାଟ ସୁରତ ଜିଲ୍ଲା ମୋଦି ମହଲା ଏକେ ରୋଡ୍ର ସରୋଜ ପଣ୍ଡା(୩୫) । ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍ କହିଛନ୍ତି ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏହି ଦୁଇ ଅଭିଯୁକ୍ତଙ୍କ ପ୍ରମୁଖ ଭୂମିକା ରହିଛି । ସୁଧୀରଙ୍କ ହତ୍ୟା ପରେ ଏହି ଦୁଇ ଜଣ ଦୀର୍ଘଦିନରୁ ଫେରାର ଥିଲେ । ପୋଲିସ ଏମାନଙ୍କୁ ଖୋଜୁଥିଲା । ରବିବାର ରାତିରେ ବଡ଼ବଜାର ଥାନାଞ୍ଚଳରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ହଣାକଟା କରିଥିବାବେଳେ ଘଟଣାର ୫ ଘଣ୍ଟା ମଧ୍ୟରେ ଅର୍ଥାତ ସୋମବାର ଭୋର ସମୟରେ ଜଗନ୍ନାଥ ସାହୁ ଓରଫ ଜଗାକୁ ପୋଲିସ ଏନକାଉଣ୍ଟର କରିଥିଲା । ପୁଣି କେଇ ଘଣ୍ଟା ପରେ ଅର୍ଥାତ ସୋମବାର ରାତି ୧୨ଟାରେ ଅଉ ଦୁଇ ଜଣଙ୍କୁ ହୋଇଛି ଏନକାଉଣ୍ଟର । ପୋଲିସର ଆକ୍ସନ ମୋଡ ଦେଖି ଅପରାଧୀଙ୍କ ମନରେ ଏକ ପ୍ରକାର ଛନକା ପଶିଥିବା ଜଣାପଡ଼ିଛି।

