ରାଜ୍ୟ

ବନ୍ୟା ମୁକାବିଲା ପାଇଁ ଚିନ୍ତା ଜୁନ୍ ୧ରୁ ଖୋଲିବ ଫ୍ଲଡ୍ କଣ୍ଟ୍ରୋଲ ରୁମ୍

ଭୁବନେଶ୍ବର, ୨୫|୫(ବ୍ୟୁରୋ): ବନ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏ ନେଇ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଜୁନ୍ ୧ରୁ ଖୋଲିବ ଫ୍ଲଡ୍ କଣ୍ଟ୍ରୋଲ ରୁମ୍। ଆସନ୍ତା ବନ୍ୟା ଋତୁ-୨୦୨୬କୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଫ୍ଲଡ୍ କଣ୍ଟ୍ରୋଲ ରୁମ୍ ଓ ଫ୍ଲଡ୍ ସେଲ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧ ତାରିଖରୁ ରାଜ୍ୟର ସମସ୍ତ ଡିଭିଜନ, ସର୍କଲ ଓ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ତରରେ ଏହି କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ହେବ। ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଭିତ୍ତିରେ କାମ କରିବ। ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ-ଚିଫ ବିଭୂତି ଭୂଷଣ ଦାଶଙ୍କ ଦ୍ୱାରା ଏ ସମ୍ପର୍କିତ ଏକ ଚିଠି ଜାରି ହୋଇଛି । ସେଥିରେ କୁହାଯାଇଛି ଯେ, ବନ୍ୟା ପରିଚାଳନା ସମ୍ବନ୍ଧୀୟ ସମସ୍ତ ସୂଚନା, ବାର୍ତ୍ତା ଓ ହାଇଡ୍ରୋ-ମେଟିଓରୋଲଜିକାଲ ତଥ୍ୟ ତତ୍‌କ୍ଷଣାତ୍ ରାଜ୍ୟ ଫ୍ଲଡ୍ ସେଲ୍ ସହିତ ଅଂଶୀଦାର କରାଯିବ। ଫ୍ଲଡ୍ କଣ୍ଟ୍ରୋଲ ରୁମ୍‌ ଗୁଡ଼ିକୁ ଦକ୍ଷ ଅଧିକାରୀଙ୍କ ନିରୀକ୍ଷଣରେ ପରିଚାଳନା କରାଯିବ । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ଯୋଗାଇବାକୁ ସମସ୍ତ ଚିଫ ଇଞ୍ଜିନିୟର ଓ ବେସିନ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *