ତାଜା ଖବର

କର୍କଟ ରାଶିକୁ ବୃହସ୍ପତି ଚଳନ

ଦୃକସିଦ୍ଧ ମତେ ବୃଷ ଦି ୧୯ ନ ତା-୦୨.୦୬.୨୦୨୬ ମଙ୍ଗଳବାର ରାତ୍ର ଘ. ୧୨ଟା ୨୬ମି ୫୩ ସେକେଣ୍ଡ ସମୟେ ବୃହସ୍ପତି ମିଥୁନ ରାଶି ତ୍ୟାଗ କରି ପୁନରର୍ବସୁ ନକ୍ଷତ୍ର କର୍କଟ ରାଶିକୁ ସ୍ୱଚାରଗତି ଯୁକ୍ତ ହୋଇ ଗମନ କରିବେ। ବୃହସ୍ପତି ଗୋଚରରେ ଶୁଦ୍ଧି ;- ମିଥୁନ , କନ୍ୟା, ବିଛା, ମକର ଓ ମୀନ ରାଶିଜାତ ବ୍ୟକ୍ତି ମାନଙ୍କର ବୃହସ୍ପତି ଶୁଭଫଳ ପ୍ରଦାନ କରିବେ। ଏତଦ୍‌ ଭିନ୍ନ ରାଶି ମାନଙ୍କର ଗୋଚରରେ ଅଶୁଭ ହେବେ। ବୃହସ୍ପତି ଚଳନ ସମୟେ ଚନ୍ଦ୍ର ଶୁଭାଶୁଭ ;- ଏହି ଶାସ୍ତ୍ର ପ୍ରମାଣ ଅନୁସାରେ ମିଥୁନ, କର୍କଟ , ତୁଳା , ବିଛା ଓ କୁମ୍ଭ ଏହି ରାଶି ଜାତ ବ୍ୟକ୍ତିମାନଙ୍କର ବୃହସ୍ପତି ଚଳନ ସମୟରେ ଚନ୍ଦ୍ର ଶୁଦ୍ଧି ଥିବାରୁ ଶୁଭ। ମିଥୁନ ଓ ବିଛା ରାଶି ଜାତ ବ୍ୟକ୍ତିମାନଙ୍କର ଅତ୍ୟନ୍ତ ଶୁଭପ୍ରଦ । ଉଭୟ ବୃହସ୍ପତି ଶୁଦ୍ଧି ଓ ଚନ୍ଦ୍ର ଶୁଦ୍ଧିକୁ ବିଚାରକୁ ନେଲେ କନ୍ୟା ଓ ମକର ରାଶି ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବେ। ବୃଷ ଓ ସିଂହ ରାଶି ପାଇଁ ଅତି ଅଶୁଭ ଫଳ ପ୍ରଦାନ କରିବେ। ତେଣୁ ବୃହସ୍ପତିଙ୍କ ପୂଜା ପୂର୍ବକ ଗ୍ରହରତ୍ନ ଧାରଣ କରିବା ଆବଶ୍ୟକ । ନଚେତ୍‌ ବୃହସ୍ପତି ମହାଗ୍ରହଙ୍କ ବିଜମନ୍ତ୍ର ୧୮/୧୦୮ ଥର ପ୍ରତିଦିନ ଜପ କରଣୀୟ। ବୃହସ୍ପତିଙ୍କ ଶୁଭ ଓ ଅଶୁଭ ଗୋଚର ଫଳ ;ଜନ୍ମ ବୃହସ୍ପତିରେ ରାମଚନ୍ଦ୍ରଙ୍କ ବନ ଗମନ, ତୃତୀୟ ବୃହସ୍ପତିରେ ବଳି ରାଜା ନିଧନ। ଚର୍ତୁଥରେ ରାବଣ ମୃତ୍ୟୁ, ଦ୍ୱାଦଶରେ ସଗର ରାଜା ପତନ, ଦଶମରେ ମଧୁକୈଟବ ନିଧନ , ଅଷ୍ଟମରେ କୁରୁରାଜା ନିପାତ। ଷଷ୍ଠ ବୃହସ୍ପତିରେ କର୍ଣ୍ଣବଧ ସଦୃଶ ଅଶୁଭଫଳ ପ୍ରାପ୍ତି ହେବ। ବୃହସ୍ପତି ଅଶୁଭ ସ୍ଥଳେ ଦାନ ଦ୍ରବ୍ୟାଦି ଦ୍ୱାରା ପ୍ରତିକାର ବ୍ୟବସ୍ଥା ;- ବୃହସ୍ପତିଙ୍କର ଅଶୁଭଫଳ ନିରାକରଣ ପାଇଁ ଚଳନ ସମୟରେ ସର୍କରା , ହଳଦି ଖଣ୍ଡ , ଅଶ୍ୱ,ପୀତଧାନ୍ୟ,ପୀତବସ୍ତ୍ର,ପଦ୍ମରାଗମଣି ଓ ଲବଣ ଏ ସମସ୍ତ ଦ୍ରବ୍ୟ ମଧ୍ୟରୁ ଯଥାଶକ୍ତି ଦାନ ଦ୍ରବ୍ୟ ଗ୍ରହ ବିପ୍ରଙ୍କୁ ଦକ୍ଷିଣା ସହ ଦାନ କରିବା ଉଚିତ୍‌ ଏବଂ ଶୁଭ ମୂହୁର୍ତରେ ବ୍ରହ୍ମ ଯୁଷ୍ଟି ମୂଳ ସଂଗ୍ରହ କରି ନିଜର ନାମ ଗୋତ୍ରରେ ଅଭିମନ୍ତିତ କରାଇ ହୋମ ପୂର୍ବକ ପୁରୁଷ ଦକ୍ଷିଣ ବାହୁରେ ଓ ସ୍ତ୍ରୀ ଲୋକ ବାମ ବାହୁରେ ଧାରଣ କଲେ ଅଶୁଭଫଳ ଖଣ୍ଡନ ହୋଇଥାଏ। ହଳଦିଆ ବସ୍ତ୍ର ପରିଧାନ କଲେ ଶୁଭଫଳ ମିଳେ। ଏସବୁ ନ କରି ପାରିଲେ ପ୍ରତିଦିନ ସକାଳୁ ସ୍ନାନ ପରେ “ଓଁ ବୃଂ ବୃହସ୍ପତୟେ ନମଃ” ମନ୍ତ୍ରଟିକୁ ଅନୁନ୍ୟ ୧୦ ବାର ଲେଖାଏଁ ପାଠ କରିବେ।
ଡ. ମନୋଜ ଲେଙ୍କା
ଆର୍ନ୍ତରଜାତୀୟ ଜ୍ୟୋତିବିତ୍‌ ମୋ
ନଂ -୯୪୩୮୦୮୨୭୧୬

Leave a Reply

Your email address will not be published. Required fields are marked *