ତାଜା ଖବର

ଚିରନିଦ୍ରାରେ ଗାୟିକା ସୁମନ କଲ୍ୟାଣପୁର

ନୂଆଦିଲ୍ଲୀ: ଭାରତର ପ୍ରଖ୍ୟାତ ଏବଂ କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ଦେହାନ୍ତ ହୋଇଯାଇଛି। ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ସାରା ଦେଶର ସଙ୍ଗୀତ ଶିଳ୍ପରେ ଶୋକର ଛାୟା ଖେଳିଯାଇଛି। ବଲିଉଡରୁ ରାଜନୈତିକ ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ, ସେଲିବ୍ରିଟିମାନେ ଶୋକ ପ୍ରକାଶ କରୁଛନ୍ତି। ସୁମନ କଲ୍ୟାଣପୁର ‘ନା ନା କରତେ,’ ‘ଆଜକଲ ତେରେ ମେରେ ପ୍ୟାର କେ ଚର୍ଚ୍ଚା,’ ଏବଂ ‘ତୁମନେ ପୁକାରା‘ ଭଳି ଅନେକ ସୁପରହିଟ୍ ଗୀତରେ କଣ୍ଠଦାନ କରିଥିଲେ। ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ବୟସ ଜନିତ ଜଟିଳତା ଯୋଗୁଁ ତାଙ୍କର ରବିବାର ସନ୍ଧ୍ୟାରେ ତାଙ୍କ ଘରେ ଦେହାନ୍ତ ହୋଇଥିଲା। ସୁମନ କଲ୍ୟାଣପୁରୀଙ୍କ ଜନ୍ମ ୧୯୩୭ ଜାନୁଆରି ୨୮ରେ ଅବିଭକ୍ତ ଭାରତ (ବର୍ତ୍ତମାନ ବାଂଲାଦେଶ)ର ଭବାନୀପୁରରେ ହୋଇଥିଲା। ତାଙ୍କ କ୍ୟାରିଅର ସମୟରେ ସେ ୮୦୦ରୁ ଅଧିକ ଚଳଚ୍ଚିତ୍ର ଗୀତ ଗାଇଥିଲେ।

Leave a Reply

Your email address will not be published. Required fields are marked *