ତାଜା ଖବର

ଜାତୀୟତାଜା ଖବର

କୋଲକାତାରେ ଜବରଦଖଲ ଉଚ୍ଛେଦବେଳେ ପ୍ରବଳ ଉତ୍ତେଜନା

କୋଲକାତା-କୋଲକାତାର ଯାଦବପୁର ରେଳ ଷ୍ଟେସନ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ହକରମାନଙ୍କୁ ହଟାଇବା ପାଇଁ ଚାଲିଥିବା ଅଭିଯାନ ସମୟରେ ଏକ ବଡ଼ ଧରଣର ଉତ୍ତେଜନା ସୃଷ୍ଟି ହୋଇଥିଲା। ରବିବାର ରାତିରେ ଏହି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ, ସମଗ୍ର ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବେଆଇନ ଦୋକାନ ଏବଂ ନିର୍ମାଣ ଭାଙ୍ଗିବା ପାଇଁ ବୁଲଡୋଜର ନିୟୋଜିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା।

Read More
ଆନ୍ତର୍ଜାତୀୟତାଜା ଖବର

ଇରାନ ସମ୍ପତ୍ତି ଉପରେ ଆମେରିକାର ନଜର

ଇରାନ ସମ୍ପତ୍ତି ଉପରେ ଆମେରିକାର ନଜର । ଶାନ୍ତି ଚୁକ୍ତି ନ ହେବା ଯାଏଁ କଟକଣା ଜାରି ରହିବ ବୋଲି ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଏବଂ ଇରାନ ମଧ୍ୟରେ ୬୦ ଦିନର ଯୁଦ୍ଧବିରତି ଶେଷ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି ।

Read More
ଆନ୍ତର୍ଜାତୀୟତାଜା ଖବର

ମଧ୍ୟପ୍ରାଚ୍ୟରେ ବଢ଼ୁଛି ଉତ୍ତେଜନା ଇସ୍ରାଇଲ ଉପରେ ଇରାନ ଏବଂ ହିଜବୋଲାର ଆକ୍ରମଣ

ଇସ୍ରାଏଲ ଉପରେ ଇରାନ ଏବଂ ହିଜବୋଲା ଏକକାଳୀନ ଆକ୍ରମଣ କରିଛନ୍ତି। ଏହା ସହ ପ୍ରତିଶୋଧମୂଳକ ଆକ୍ରମଣ ହେଲେ ଧ୍ୱଂସର ଚେତାବନୀ ଦେଇଛି ଇରାନ। ମଧ୍ୟପ୍ରାଚ୍ୟର ପରିସ୍ଥିତି ପୁଣି ଥରେ ବିସ୍ଫୋରକ ହୋଇପଡ଼ିଛି। ଲେବାନନ୍ ଉପରେ ଇସ୍ରାଏଲୀ ଆକ୍ରମଣ ମଧ୍ୟରେ, ଇରାନ ଏବଂ ହିଜବୋଲା

Read More
ଆନ୍ତର୍ଜାତୀୟତାଜା ଖବର

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୭.୭

ଫିଲିପାଇନ୍ସ ଦ୍ୱୀପ ମିଣ୍ଡାନାଓରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ଭୋରରୁ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପୃଥିବୀ ତିନିଥର କମ୍ପି ଉଠିଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରହିଛି। ଫଳରେ ଫିଲିପାଇନ୍ସ,ମାଲେସିଆ ଓ ଇଣ୍ଡୋନେସିଆର କିଛି ଅଂଶ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସଠାରୁ 70 କିମି ଦୂର ପୋଲୋମୋଲୋକରେ ବୋଲି ଜଣାପଡ଼ିଛି।

Read More
ଜାତୀୟତାଜା ଖବର

ଡାକ ଘରେ ଅଗ୍ନିକାଣ୍ଡ, ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଓ କମ୍ପ୍ୟୁଟର ପୋଡ଼ି ନଷ୍ଟ

ଡାକ ଘରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଆସିକାସ୍ଥିତ ମୁଖ୍ୟ ଡାକଘର ଉପରେ ଥିବା ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଓ କମ୍ପ୍ୟୁଟର ପୋଡ଼ି ନଷ୍ଟ ହୋଇଛି।

Read More
ଜାତୀୟତାଜା ଖବର

ଭୁବନେଶ୍ୱରରେ ଖୋଲିବ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ

ଭୁବନେଶ୍ୱରରେ ଖୋଲିବ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ ଶାଖା। ଏଥିପାଇଁ ୬୩୦ କୋଟି ଖର୍ଚ୍ଚ ହେବ। ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA)ର ଏକ ଶାଖା ଭୁବନେଶ୍ୱରରେ ଖୋଲିବାକୁ କେନ୍ଦ୍ରରୁ ଅନୁମୋଦନ ମିଳିଛି l

Read More
ଜାତୀୟତାଜା ଖବର

ସତ୍ୟବାଦୀ ବକୁଳବନ ବିଦ୍ୟାଳୟ ଢାଞ୍ଚାରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ: ମୁଖ୍ୟମନ୍ତ୍ରୀ

ସତ୍ୟବାଦୀ ବକୁଳବନ ବିଦ୍ୟାଳୟ ଢାଞ୍ଚାରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ। ପଞ୍ଚସଖା ଯେପରି ସତ୍ୟବାଦୀଠାରେ ବକୁଳବନ ବିଦ୍ୟାଳୟ ସ୍ଥାପନ କରିଥିଲେ ଓ ସେଠାରେ ପିଲାମାନଙ୍କୁ ଯେପରି ସମସ୍ତ ପ୍ରକାର ଶିକ୍ଷାଦାନ କରାଯାଉଥିଲା,  ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଗୁଡିକ ମଧ୍ୟ ସେହିପରି ଢାଞ୍ଚାରେ ପ୍ରସ୍ତୁତ କରାଯାଉଛି ।

Read More
ଆନ୍ତର୍ଜାତୀୟତାଜା ଖବର

ହିଜବୁଲ୍ଲାର ୧୫୦ ଠିକଣାରେ ଇସ୍ରାଏଲ୍ର ପ୍ରଚଣ୍ତ ଆକ୍ରମଣ ୩ ସେନା ଅଧିକାରୀଙ୍କ ମୃତ୍ୟୁ

ଯୁଦ୍ଧବିରତି ସତ୍ତ୍ବେ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । ଗତ ଦୁଇ ଦିନ ହେବ ଲେବାନନର ବିଭିନ୍ନ ସ୍ଥାନରେ ଇସ୍ରାଇଲ ମିଶାଇଲ ମାଡ଼ କରିଥିବାବେଳେ ମୋଟ 30 ଜଣଙ୍କ ପ୍ରାଣ ଗଲାଣି। ଭୀଷଣ ଏୟାର ଷ୍ଟ୍ରାଇକ୍ ଦ୍ୱାରା ଲେବାନନର ୩ ସେନା ଅଧିକାରୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ୩ ସେନା ଅଧିକାରୀଙ୍କ ମଧ୍ୟରେ ଜଣେ ବ୍ରିଗେଡିୟର ଜେନେରାଲ, ଜଣେ କ୍ୟାପ୍ଟେନ୍ ଏବଂ ଜଣେ ସୈନିକ ରହିଛନ୍ତି ।

Read More
ଜାତୀୟତାଜା ଖବର

ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟିର ଦମଦାର ପ୍ରଦର୍ଶନ ଆମେରିକାରୁ ଆସି ପ୍ରଦର୍ଶନରେ ଅଭିଜିତ୍ ଦିପକେ ସାମିଲ

ରାଜଧାନୀ ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଦମଦାର ପ୍ରଦର୍ଶନ କରାଯାଇଛି। ନିଟ୍୍ ପେପର୍ ଲିକ୍ ଏବଂ ସିବିଏସସି ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିଛନ୍ତି। ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦିପକେ ଆମେରିକାରୁ ଆସି ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି।

Read More
ଜାତୀୟତାଜା ଖବର

ଚାକିରିରେ ଯୋଗଦେଲେ ଆଇଏଏସ ଧୀମାନ ଚକମା ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ

ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଥିବା ଆଇଏଏସ୍ ଧୀମାନ ଚକମା ପୁଣି ଚାକିରିରେ ଯୋଗ ଦେଲେ । େଜଲରୁ ଫେରିବା ପରେ ଆଇଏଏସ୍ ଧୀମାନ ଚକମା ପୁଣି ଚାକିରିକୁ ଫେରିଛନ୍ତି।

Read More