ତାଜା ଖବର

ଜାତୀୟତାଜା ଖବର

ତ୍ବିଷା ହତ୍ୟା ମାମଲା ସିବିଆଇର ‘ଟନେଲ ଭିୟୁ ତଦନ୍ତ’ ଆରମ୍ଭ

ତ୍ବିଷା ହତ୍ୟା ମାମଲାରେ ସିବିଆଇର ‘ଟନେଲ ଭିୟୁ ତଦନ୍ତ’ ଆରମ୍ଭ ହୋଇଛି। ମଡେଲ ତ୍ବିଷା ଶର୍ମାଙ୍କ ମୃତ୍ୟୁ କେମିତି ହୋଇଥିଲା ଏବେବି ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ତ୍ବିଷା ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ଲୋକ କହୁଛନ୍ତି। ତେବେ ତ୍ବିଷାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କ’ଣ ହୋଇଥିଲା ଜାଣିବା ପାଇଁ ସିବିଆଇ ଏକ ବିଶେଷ ପଦ୍ଧତିର ସାହାଯ୍ୟ ନେଉଛି।

Read More
ଜାତୀୟତାଜା ଖବରରାଜ୍ୟ

୧୨ଟି ସ୍ଥାନରେ ଏନଆଇଏର ଚଢ଼ଉ

ଗୁଇନ୍ଦା ରିପୋର୍ଟ ଲିକ ଅଭିଯୋଗରେ ଦେଶର ୧୨ଟି ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ତଥା ଏନଆଇଏ ଖୋଲତାଡ଼ ଆରମ୍ଭ କରିଛି। ଉତ୍ତର ପ୍ରଦେଶର ୫ଟି, ମହାରାଷ୍ଟ୍ରର ୩, ରାଜସ୍ଥାନ ଓ ବିହାରର ୨ଟି ସ୍ଥାନରେ ଏନଆଇଏ ପକ୍ଷରୁ ରେଡ କରାଯାଇଛି। ପାକିସ୍ତାନୀ ଗୁଇନ୍ଦା ଜସବୀର ଚୌଧୁରୀର ତଥ୍ୟ ଆଧାରରେ ଏହି ଚଢ଼ଉ କରାଯାଇଛି।

Read More
ତାଜା ଖବରରାଜ୍ୟ

ଜୁନ ୧ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି

ଆସନ୍ତା ଜୁନ ୧ ତାରିଖ ସୋମବାର ସକାଳ ୮ଟାରେ ୟୁନିଟ ୨ ଅଶୋକ ନଗର ସ୍ଥିତ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏପ୍ରିଲ ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ କରିବା ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି।

Read More
ଜାତୀୟତାଜା ଖବର

ରାସନ ଯୋଜନାରେ ଆସିବ ସଂଶୋଧନ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ପ୍ରତିମାସ ୮୦ କୋଟି ଲୋକଙ୍କୁ ରାସନ ଯୋଗାଇ ଦେଉଛନ୍ତି। ଏବେ ଏହି ଯୋଜନାକୁ ସଫଳ ପରିଚାଳନା ପାଇଁ କ୍ୟାବିନେଟ୍‌ ‘ସାର୍ଥକ ପିଡିଏସ’ କୁ ମଂଜୁରୀ ଦେଇଛନ୍ତି। ଏହାରି ଅଧୀନରେ କିଛି ସଂଶୋଧନ ଆଣିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏହି ସଂଶୋଧନ ଦ୍ବାରା ଗରିବ ପରିବାରଙ୍କୁ ଲାଭ ମିଳିବ।

Read More
ଜାତୀୟତାଜା ଖବର

 ଏକ୍ସ’କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ

କକ୍ରୋଚ ଜନତା ପାର୍ଟି ତଥା ସିଜେପି ପ୍ରତିଷ୍ଠାତାଙ୍କ ସୋସିଆଲ ମିଡିଆ  ଏକ୍ସ’ ଆକାଉଣ୍ଟ ବ୍ଲକ କରିବା ଏବେ ମହଙ୍ଗା ପଡ଼ିଲା। ଏହି ମାମଲାରେ ସୋସିଆଲ ମିଡିଆ  ଏକ୍ସ’କୁ ନୋଟିସ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କକ୍ରୋଚ ଜନତା ପାର୍ଟି ତଥା ସିଜେପି ପ୍ରତିଷ୍ଠାତାଙ୍କ ଅଭିଯୋଗର ଶୁଣାଣି କରି ଏହି ନୋଟିସ କରିଛନ୍ତି। ଏକ୍ସ ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି।

Read More
ଆନ୍ତର୍ଜାତୀୟତାଜା ଖବର

ଇସ୍ରାଏଲ ଆକ୍ରମଣରେ ହମାସର ନୂତନ ମୁଖ୍ୟ ନିପାତ

ଗାଜାରେ ଆତଙ୍କବାଦୀ ସଂଗଠନ ହମାସର ନୂତନ ମୁଖ୍ୟ ମହମ୍ମଦ ଓଦେହକୁ ଇସ୍ରାଏଲ ଦ୍ବାରା ଆକ୍ରମଣ କରି ହତ୍ୟା କରାଯାଇଛି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ କହିଛନ୍ତି ଯେ, ଗାଜାରେ ଥିବା ହମାସ ଆତଙ୍କବାଦୀ ସଂଗଠନର ସଶସ୍ତ୍ର ଶାଖାର କମାଣ୍ଡରଙ୍କୁ ଗତକାଲି ନିପାତ କରାଯାଇଛି । ହମାସ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। କାଟଜ୍ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଅକ୍ଟୋବର ୭ ହତ୍ୟାକାଣ୍ଡର ନେତୃତ୍ୱ ନେଇଥିବା ସମସ୍ତଙ୍କୁ ନିପାତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

Read More
ଜାତୀୟତାଜା ଖବରରାଜ୍ୟ

କାଳ ବୈଶାଖୀର କରାଳ ରୂପ ଭାଙ୍ଗିଲା ନିର୍ମାଣାଧୀନ ପୋଲ, ୬ ମୃତ

ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଝଡ଼ ହୋଇଛି । ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ଝାରଖାର କରିଦେଇଛି। ପ୍ରବଳ ଝଡ଼ ବର୍ଷା ଯୋଗୁଁ ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି। ଆହତ ଶ୍ରମିକମାନଙ୍କର ତୁରନ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read More
ଆନ୍ତର୍ଜାତୀୟତାଜା ଖବର

ଆମେରିକା-ଇରାନ ଚୁକ୍ତି : ୩୦୦ ବିଲିୟନ ଡଲାର ନିବେଶ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଶେଷ କରିବାକୁ ସପ୍ତାହ ଧରି ମଧ୍ୟସ୍ଥିମାନେ ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମା କରିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। ରିପୋର୍ଟ ଅନୁଯାୟୀ ଉଭୟ ପକ୍ଷ ଶେଷରେ ୬୦ ଦିନ ପାଇଁ ଯୁଦ୍ଧବିରତିକୁ ବୃଦ୍ଧି କରିବା ଓ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ଆରମ୍ଭ କରିବା ପାଇଁ ଏକ ବୁଝାମଣାପତ୍ର ଉପରେ ରାଜି ହୋଇଛନ୍ତି।

Read More
ଖେଳଜାତୀୟତାଜା ଖବର

ବରିଷ୍ଠ କ୍ରୀଡ଼ା ପ୍ରଶାସକ ରଣଧୀର ସିଂହଙ୍କ ପରଲୋକ

ବନ୍ଧୁକ ଚାଳନାରେ ଭାରତର ପ୍ରଥମ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ତଥା ବରିଷ୍ଠ ଖେଳ ପ୍ରଶାସକ ରଣଧୀର ସିଂହଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ସେ ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ। ଦିଂବଂଗତ ଶ୍ରୀ ସିଂହ ଗତ କିଛିଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ନିଜ ବାସଭବନରେ ବୁଧବାର ଶେଷନିଶ୍ବାସ ତ୍ୟାଗ କରିଥିଲେ ।

Read More