ଆନ୍ତର୍ଜାତୀୟଜାତୀୟତାଜା ଖବର

ଏଚ୍-୧ବି ଭିସାଧାରୀ ଓ ଗ୍ରୀନ୍ କାର୍ଡ ଆବେଦନକାରୀଙ୍କୁ ବଡ଼ ଆଶ୍ୱସ୍ତି

ସମ୍ବଲପୁର ,୩୦|୫(ସପ୍ର): ଗରିବ ଓ ନିରାଶ୍ରୟ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ସରକାର ଆବାସ ଯୋଜନାର ଢୋଲ ପିଟୁଥିବାବେଳେ, ତୃଣମୂଳ ସ୍ତରରେ ଚିତ୍ର କିନ୍ତୁ ଅଲଗା। ସରକାରୀ ଅବହେଳା, ପଞ୍ଚାୟତ ସ୍ତରର ଅନିୟମିତତା ଓ ଲୋକପ୍ରତିନିଧିଙ୍କ ସ୍ୱାର୍ଥପୂର୍ଣ୍ଣ ମନୋଭାବ ପାଇଁ ଯୋଗ୍ୟ ହିତାଧିକାରୀମାନେ ଆଜି ମଧ୍ୟ ଘର ଖଣ୍ଡିଏ ପାଇଁ ଦ୍ୱାର ଦ୍ୱାର ବୁଲୁଛନ୍ତି। ଭଙ୍ଗା ଘରେ ଜୀବନ ବିତାଉଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ନୂଆ ବରଙ୍ଗମାଲ ପଞ୍ଚାୟତ ଗୋବର୍ଦ୍ଧନ ବଡ଼ମାଳ ଗ୍ରାମର ହରିଜନ ସାହିର ବାସିନ୍ଦା ସ୍ନେହଲତା ଭୋସାଗର। ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରାୟ ୧୦ ବର୍ଷ ହେଲା ସେ ଏକାକୀ ଜୀବନ ଯାପନ କରୁଛନ୍ତି। ବିଧବା ଭତ୍ତା ଓ ରାସନ ଚାଉଳକୁ ଭରସା କରି ଜୀବନ କଟାଉଥିବା ଏହି ବୃଦ୍ଧାଙ୍କ ଘର ଏବେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ସ୍ୱାମୀ ବଞ୍ଚିଥିବା ସମୟରେ ତିଆରି ହୋଇଥିବା ମାଟି କୁଡ଼ିଆ ଘରର ଅଧା ଭାଗ ଗତ ବର୍ଷାରେ ଧସି ପଡ଼ିଥିଲା। ତଥାପି ସରକାରୀ ସହାୟତା ତ ଦୂରର କଥା, ଘର ଢାକିବା ପାଇଁ ଖଣ୍ଡେ ପଲିଥିନ୍‌ ମଧ୍ୟ ମିଳି ନଥିବା ସ୍ନେହଲତା କହିଛନ୍ତି। ସ୍ନେହଲତାଙ୍କ କହିବା ଅନୁଯାୟୀ, ଅନେକଥର ସରକାରୀ କର୍ମଚାରୀ ଓ ପଞ୍ଚାୟତ ପକ୍ଷରୁ ସର୍ଭେ କରାଯାଇଥିଲା। ଘରର ଅବସ୍ଥା ଦେଖି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନି। ସେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଫଳ ଶୂନ୍ୟ। ପ୍ରାୟ ୮ ମାସ ପୂର୍ବରୁ ପଞ୍ଚାୟତ ଅଧିକାରୀମାନେ ଆସି ଘର ଦେଖିଥିଲେ। ତା’ପରେ ଆଉ କୌଣସି ଖବର ନଥିବାରୁ ସେ ଏବେ ନିରାଶ ହୋଇପଡ଼ିଛନ୍ତି। ଘର ମଞ୍ଜୁର କରାଇଦେବା ନାଁରେ ୫ ହଜାର ଟଙ୍କା ନେଇଥିଲେ ମଧ୍ୟ କେହି ସହାୟତା କରୁ ନଥିବା ସେ କହିଛନ୍ତି। କିନ୍ତୁ ଟଙ୍କା ନେବା ପରେ ଏବେ “ଘର ଆସିବ, ବ୍ୟସ୍ତ ହୁଅନି” କହି ଟାଳୁଥିବା ସେ କହିଛନ୍ତି। ଏପଟେ ଖରା ତାତିରେ ଭଙ୍ଗା ଘରେ ରହିବାକୁ ପଡ଼ୁଥିବା ବେଳେ, ଆଗକୁ ବର୍ଷା ଓ ଶୀତ ଋତୁକୁ ନେଇ ସେ ଭୟଭୀତ ଅଛନ୍ତି। ବୃଦ୍ଧା ବୟସରେ ଘର ଖଣ୍ଡିଏ ନଥିଲେ କିପରି ଜୀବନ କଟିବ ବୋଲି ସେ ଅସହାୟ ଭାବେ ପ୍ରଶ୍ନ କରିଛନ୍ତି। ଆବାସ ଯୋଜନା କେବଳ ପ୍ରଚାରରେ ସୀମିତ କି? ସରକାର ପକ୍ଷରୁ ଗରିବଙ୍କ ମୁହଁରେ ହସ ଫୁଟାଇବା ନାଁରେ ବଡ଼ ବଡ଼ ଘୋଷଣା କରାଯାଉଛି। ହେଲେ ବାସ୍ତବରେ ଯୋଗ୍ୟ ଲୋକ ଘର ପାଉନଥିବା ବେଳେ ଅଯୋଗ୍ୟମାନେ କିପରି ଯୋଜନାର ସୁବିଧା ନେଉଛନ୍ତି, ସେଥିରେ ପ୍ରଶ୍ନ ଉଠୁଛି। ଗରିବଙ୍କ ଦୁଃଖକୁ ପୁଞ୍ଜି କରି କେତେକ ମଧ୍ୟସ୍ଥ ଓ ସ୍ଥାନୀୟ ନେତାମାନେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସୁଥିବା ସତ୍ତ୍ୱେ ପ୍ରଶାସନ କାହିଁକି ଚୁପ୍‌ ରହିଛି ତାହା ନେଇ ସାଧାରଣରେ ଅସନ୍ତୋଷ ବଢ଼ୁଛି। ଏହି ଘଟଣା ସମ୍ପର୍କରେ ଯୁଯୁମୁରା ବିଡିଓ ରାଜେଶ ଏକ୍କା କହିଛନ୍ତି ଯେ, ସ୍ନେହଲତାଙ୍କୁ ନିଶ୍ଚିତ ଭାବେ ଆବାସ ଯୋଜନାରେ ଘର ମିଳିବ। ତାଙ୍କ ମାମଲାରେ କେଉଁଠି ସମସ୍ୟା ହୋଇଛି, ସେଥିର ଯାଞ୍ଚ କରାଯିବ। ଆବାସ ଯୋଜନାରେ ଘର ପାଇଁ କାହାଠାରୁ ଟଙ୍କା ନେବା କିମ୍ବା ଦେବା ସଂପୂର୍ଣ୍ଣ ଭୁଲ ଓ ଏହାକୁ କେବେ ବି କେହି କ୍ଷମା କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *