ଭାଗ୍ୟରେ ନାହିଁ ଉଚ୍ଚ ଶିକ୍ଷା ଟପ୍ପର ହାତରେ ଅଇଁଠା ଥାଳି
ମୁନିଗୁଡା, ୨୫।୫ (ସ.ପ୍ର): ଟପ୍ପର ହାତରେ ହୋଟେଲର ଅଇଁଠା ଥାଳି। ଭାଗ୍ୟରେ ନାହିଁ ଉଚ୍ଚ ଶିକ୍ଷା। ଦାରିଦ୍ର ଟାଣି ନେଲା ସୁଦୂରରେ କୋରଳକୁ। ଦାରିଦ୍ର କାରଣରୁ ଉଚ୍ଚ ଶିକ୍ଷାର ବଞ୍ଚିତ େହାଇ ସୁଦୂର କେରଳ ରାଜ୍ୟ ଏର୍ଣ୍ଣାକୁଲମ ଜିଲ୍ଲା କାରିମଙ୍ଗଳରେ ହୋଟେଲରେ ହୋଟେଲ ବଏ ସାଜିଛନ୍ତି। ସେଠାରେ ହୋଟେଲରେ ଅଇଁଠା ଥାଳି ମାଜି ନିଜର ପେଟ ପୋଷିବା ସହ ଘରକୁ ଦୁଇ ପଇସା ପଠାଉଛନ୍ତି। ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାପଦର ପଞ୍ଚାୟତ ଢେପାଗୁଡି ଗାଁର ଦଳିତ ପରିବାରର ପୁଅ ଦେବେନ୍ଦ୍ରଙ୍କ କ୍ଷେତ୍ରରେ। ବାପା ଭୁଜ କୁସୁଲିଆ ଜଣେ ଦିନ ମଜୁରିଆ। ୮ ପ୍ରାଣୀଙ୍କୁ ନେଇ କୁଟୁମ୍ବ। ମାଟ୍ରିକରେ ତେଲେଙ୍ଗାପଦର ବିଦ୍ୟାଳୟରେ ୪୪୪ ମାର୍କ ରଖି ପାସ କଲା ପରେ, ଯୁକ୍ତ ଦୁଇ କଳାରେ ୮୬ପ୍ରତିଶତ ରଖି କଳା ଟପ୍ପର। ହେଲେ ଘରର ଅନଟନ ତାଙ୍କୁ ବାଧ୍ୟ କଲା ଯୁକ୍ତ ଦୁଇ ପରୀକ୍ଷା ସରିବା କ୍ଷଣି କେରଳ ଯିବାକୁ। ଆଜି ସେ ଦିନକୁ ୧୨ ଘଣ୍ଟା ହୋଟେଲରେ ଥାଳି ମାଜୁଛନ୍ତି, ଚା’ ବଢାଉଛନ୍ତି। ବଡ ଭାଇ ବି ପାଠ ଛାଡି ଦାଦନ ଯାଇଥିଲେ, ଏବେ ସେଇ ବାଟରେ ସାନ ଭାଇ। ମୁନିଗୁଡା ଅଞ୍ଚଳରେ ଏମିତି କେତେ ମେଧାବୀ ଦେବେନ୍ଦ୍ରଙ୍କ ଭବିଷ୍ୟତ ଆର୍ଥିକ ଶୋଚନୀୟତା ଯୋଗୁଁ ଦାଦନର ଜାଲରେ ଛନ୍ଦି ହୋଇ ଅନ୍ଧାରକୁ ଠେଲି ହୋଇଯାଇଛି। କିଏ ଅଧା ପାଠରେ, ଆଉ କିଏ ଶିକ୍ଷିତ ହୋଇ ଉଚ୍ଚ ଶିକ୍ଷା ପାଇଁ କେରଳ, କର୍ଣାଟକ ଓ ତାମିଲନାଡୁରେ ଗରିବି ସହ ସଂଘର୍ଷ କରି ଦାଦନ ଖଟୁଛନ୍ତି। ଏଥିପାଇଁ ପ୍ରଶାସନ ତତ୍ପର ହେବା ଆବଶ୍ୟକ। ଜଣେ ଟପ୍ପରଙ୍କୁ ଯଦି ହୋଟେଲରେ ଥାଳି ମାଜିବାକୁ ପଡୁଛି, ତେବେ ମେଧାର ମୂଲ୍ୟ କ’ଣ? ଅନ୍ୟ ଜଣେ ସଂଘର୍ଷୀ ମା’ ଏକାକୀ ଲଢୁଛନ୍ତି, ତାଙ୍କୁ ବି ସରକାରୀ ସହାୟତା ଦରକାର। ଅନ୍ୟପକ୍ଷରେ ଦେବେନ୍ଦ୍ରଙ୍କୁ କେରଳରୁ ଫେରାଇ ଆଣି ଓ ବିରୁପାକ୍ଷଙ୍କ ଉଚ୍ଚ ଶିକ୍ଷା ପାଇଁ ‘ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି’ ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି। କାରଣ ମେଧାବୀଙ୍କ ସ୍ଥାନ ଦାଦନ ଖଟାରେ ନୁହେଁ, ବିଶ୍ୱବିଦ୍ୟାଳୟରେ। ଜଣେ ଟପ୍ପରର ହାତରେ ଥାଳି, ଅନ୍ୟ ଜଣକ ମୁଣ୍ଡ ଉପରେ କେବଳ ମା’ର ହାତ – ଏହା ହିଁ ଆଜିର ଗ୍ରାମୀଣ ଓଡିଶାର ଶିକ୍ଷା ବାସ୍ତବତା।

