କୁନି କୁନି ପିଲାଙ୍କ ଜୀବନ ସହ ଖେଳ! ଛତୁଆରେ ପୋକ, ବାଦାମ ଲଡୁରେ କାଚ
ବରଗଡ଼, ୩୦|୫(ସ.ପ୍ର): କୁନି କୁନି ପିଲାଙ୍କୁ ବି ଛାଡ଼ୁ ନାହାନ୍ତି। ପ୍ରସୂତି ଓ ଗର୍ଭବତୀଙ୍କ କଥା ପଚାରେ କିଏ। ଛତୁଆ ପ୍ୟାକେଟରେ ପୋକ ସାଲୁବାଲୁ। ସରକାରଙ୍କ ପୋଷଣ ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆରେ ମିଶୁଛି ବାଲି ଓ ଗୋଡି। ନିମ୍ନମାନର ଛତୁଆ ପ୍ରସ୍ତୁତ କରି ବଣ୍ଟନ କରାଯାଉଥିବା ଭଳି ସଂଗୀନ ଅଭିଯୋଗ ଆସିଛି ବରଗଡ଼ ସହରରୁ। ହାତରେ ନିମ୍ନମାନର ଛତୁଆ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରଗଡ଼ର ବିଭିନ୍ନ ପଡାର ଶହ ଶହ ମହିଳା ଓ ଯୁବତୀ। ସହରର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଯୋଗାଣ ହେଉଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର ଓ ମୁଢିରେ ବାଲି ମିଶ୍ରଣ କରି ବଣ୍ଟନ କରାଯାଉଛି। ଗର୍ଭବତୀ ମା ଓ ଶିଶୁଙ୍କ ପାଇଁ ଏଭଳି ଖାଦ୍ୟ ଯୋଗାଇ ଜୀବନ ସହ ଖେଳ ଖେଳୁଥିବା ସଂସ୍ଥା ଉପରେ ଆକ୍ସନ ନେବାକୁ ମହିଳାମାନେ ଦାବି କରିଛନ୍ତି। ଅନ୍ୟପଟେ ଏହାର ତଦନ୍ତ କରାଯିବ ଓ ଆକ୍ସନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

