କଂଗ୍ରେସ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ବନ୍ଦ
ନବରଙ୍ଗପୁର : ରାଜ୍ୟରେ ପୁସ୍ତକ ବିଭ୍ରାଟ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଭୁଲ ମୁଦ୍ରଣକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଲିପିକା ମାଝୀଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିବାବେଳେ ଜିଲ୍ଲାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବଜାର, ଚକ ଅଖ ବନ୍ଦ ରହିଛି। ବରିଷ୍ଠ ନେତା ମୁନା ତ୍ରିପାଠୀ, ଶିଵ ରାମ ରାଜୁ, ଦିଲୀପ ବେହେରା, ଭାସ୍କର ରାଓ, ଅଖିଳ ଭତ୍ରା ସହ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି କଂଗ୍ରେସ ଭବନ ସମ୍ମୁଖରେ ରାସ୍ତା ଅବରୋଧ କରି ବନ୍ଦ ପାଳନକୁ ସଫଳ କରିଥିଲେ। ଅନ୍ୟପଟେ ଡାବୁଗାଁରେ କଂଗ୍ରେସର ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଥିଲା। ସକାଳ ୬ ଟାରୁ ବନ୍ଦ ପାଳନ ହୋଇଥିବାବେଳେ ଡାବୁଗାଁ ଚାରି ଛକରେ କଂଗ୍ରେସର ଶତାଧିକ କର୍ମୀ ଏକତ୍ରିତ ହୋଇ ପିକେଟିଂ କରିଥିଲେ। ବନ୍ଦ ଯୋଗୁଁ ଯାନବାହାନ ଚଳାଚଳ ଠପ ହୋଇଥିଲା । ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି।

