କମ୍ବିଂ ଅପରେସନବଳେ ପାଲିସର ସଫଳତା ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ
ମାଲକାନଗିରି: ଜିଲ୍ଲାର କିଟିମିଟି ଓ କଟୁଆପଦର ଜଙ୍ଗଲ ଅଞ୍ଚଳରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ରହିଛି।
ଏନେଇ ଆଜି ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋଦ ପାଟିଲ ସୂଚନା ଦେଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଜିଲ୍ଲାର କିଟିମିଟି ଓ କଟୁଆପଦର ଜଙ୍ଗଲ ଅଞ୍ଚଳରେ ବିଏସଏଫ ଏବଂ ଡିଭିଏଫ୍ ଯବାନଙ୍କ ମିଳିତ ତଲାସୀ ଅଭିଯାନ ଜାରି ରହିଥିଲା। ଏହି ଅଭିଯାନ ସମୟରେ ପ୍ରାୟ ୩୨ ପ୍ରକାରର ମାଓ ସାମଗ୍ରୀ ଜବତ କରାଯାଇଥିବା ପୋଲିସ କହିଛି। ଅଞ୍ଚଳରେ ଏଭଳି କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି।

