ଚୋରା ଲୁହା ବୋଝେଇ ଟ୍ରକ ଜବତ
ରାଉରକେଲା: ରଘୁନାଥପାଲି ପୋଲିସ ପକ୍ଷରୁ ପାଟ୍ରାଲିଂ କଡ଼ାକଡ଼ି କରାଯାଇଥିବାବେଳେ ଲଗାତାର ଚୋରା ବାଲି, ଲୁହା, ଲୁହା ପଥର ଧରିବାରେ ସକ୍ଷମ ହୋଇଛି। ପୋଲିସ ସୂଚନା ଅନୁସାରେ ବାଲୁ ଘାଟ ନିକଟରେ ଥିବା ତେଙ୍ଗା ବାହାଦୂର ଚୋରା କଣ୍ଟାରୁ ଲୁହା ବୋଝେଇ ଗାଡି ନଂ ଓ ଡି ୧୪ୱାଇ ୬୫୪୭ ଜବତ କରିଛି । ଚାଳକ ମାଲ୍ ଗୋଦାମ ଅଞ୍ଚଳର ମକ ଦୁଲ ହୁସେନକୁ ଜେରା କରିବା ସମୟରେ କୌଣସି କାଗଜ ପତ୍ର ଦେଖାଇ ପାରି ନଥିଲା। ମାଲ୍ ସହିତ ଚାଳକକୁ ଗିରଫ୍ କରିବା ସହିତ ସ୍କ୍ରାଫ୍ ବେପାରୀ ଟେଙ୍ଗା ବାହାଦୂର ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି କରିଛି।

