ଛାତରୁ ପଡି ଶ୍ରମିକ ମୃତ
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ନୂତନ କୋଠା ଉପରୁ ଖସି ପଡି ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ ପଡୋଶୀ ପଶ୍ଚିମବଙ୍ଗର ତପନା ଗ୍ରାମର ଶୁଭାଶିଷ ମଲ। ସେ ଲକ୍ଷ୍ମୀପୁରରେ ଶ୍ରମିକ ଭାବେ କାମ କରୁଥିବାବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରର ଏକ ଘରେ ସାଙ୍ଗ ସାଥୀଙ୍କ ସହିତ ରହୁଥିଲେ। ସବୁ ଦିନ ଭଳି ରାତିରେ ଖାଇସାରି ନିଜ ଘରକୁ ଫୋନ ମାଧ୍ୟମରେ କଥା ହେବାକୁ ଯାଇ ଛାତରୁ ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି। ରାତି ପ୍ରାୟ ତିନିଟା ବେଳେ ଦେଖି କିଛି ସିକ୍ୟୁରିଟି ଗାର୍ଡ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିବା ବେଳେ ସେ ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା କରୁଥିବା ଡାକ୍ତର ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ପହଂଚିବାର କିଛି ସମୟ ପରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଏନେଇ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ପ୍ରକୃତ ମୃତର କାରଣ ଏଯାଏଁ ଜଣାପଡିନି। ପାରିପାର୍ଶ୍ଵିକ ପରିସ୍ଥିତି କୁ ଦେଖିଲେ ତାହା ଛାତରୁ ଖସି ପଡିଥିବା ଲାଗୁ ନଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ କହିଛି।ଏନେଇ ଲକ୍ଷ୍ମୀପୁର ଥାନାରେ ୦୮/୨୬ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

