ଜାତୀୟତାଜା ଖବର

ଥାନାରେ ଥାର୍ଡ ଡିଗ୍ରୀ ! ପୁଲିସ ମାଡ଼ରେ ଦିବ୍ୟାଙ୍ଗ ଯୁବକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତରେ ପୁଲିସର ନିର୍ଘାତ ମାଡ଼ରେ ଜଣେ ଦିଵ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସୁବଳୟା ଗ୍ରାମର ସୁଶାନ୍ତ ସାହୁ (୩୨)। ଘଟଣାକୁ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଗୁରୁତ୍ଵର ସହ ନେଇ ତଦନ୍ତ ପାଇଁ ଗଞ୍ଜାମ ଏସପି ହରିଶ ଵିସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ, ଗତ ୨୫ ତାରିଖରେ ବେଆଇନ ପଥର ଫଟା ମାମଲାରେ ସୁଶାନ୍ତଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିଲା। ଏହାପୂର୍ବରୁ ଏହି ମାମଲାରେ ୨ ଜଣ ଗିରଫ ହୋଇଥିଲେ। ତେବେ ସୁଶାନ୍ତଙ୍କ ସଂପୃକ୍ତି ପ୍ରମାଣିତ ହୋଇ ନଥିଲା। ୭ ଦିନ କାଳ ଥାନା ହାଜତରେ ସୁଶାନ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣ କରିଥିଲେ।

Leave a Reply

Your email address will not be published. Required fields are marked *