ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟିର ଦମଦାର ପ୍ରଦର୍ଶନ ଆମେରିକାରୁ ଆସି ପ୍ରଦର୍ଶନରେ ଅଭିଜିତ୍ ଦିପକେ ସାମିଲ
ନୂଆଦିଲ୍ଲୀ, ୬|୬: ରାଜଧାନୀ ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଦମଦାର ପ୍ରଦର୍ଶନ କରାଯାଇଛି। ନିଟ୍୍ ପେପର୍ ଲିକ୍ ଏବଂ ସିବିଏସସି ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିଛନ୍ତି। ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦିପକେ ଆମେରିକାରୁ ଆସି ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଆମେରିକାର ବୋଷ୍ଟନରୁ ଆସି ପ୍ରଦର୍ଶନ ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ ଦିପକେ। ପରୀକ୍ଷାରେ ଅନିୟମିତତା ପାଇଁ ସେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି। ପୋଲିସ ପ୍ରତିବାଦ ପାଇଁ ସନ୍ଧ୍ୟା ୫ଟା ଯାଏଁ ଅନୁମତି ଦେଇଥିଲା। ଏହି ଧାରଣା ପ୍ରଦର୍ଶନ ପାଇଁ କକ୍ରୋଚ୍ ଜନତା ପାର୍ଟିର ଅନେକ ଅନୁଗାମୀ ଜନ୍ତର ମନ୍ତରରେ ପହଞ୍ଚିଥିଲେ।

