ଜାତୀୟତାଜା ଖବର

ରାଜଧାନୀରେ କାଳବୈଶାଖି ତାଣ୍ଡବ ଜନତା ମଇଦାନ ଛାରଖାର, ଜୟଦେବ ବିହାରରେ ଗଛ ପଡ଼ି ୧୦ ଗାଡ଼ି ନଷ୍ଟ

ଭୁବନେଶ୍ବର, ୬|୬(ବ୍ୟୁରେ): ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀ ବର୍ଷା ହୋଇଛି। ଏହାର ପ୍ରଭାବରେ ଅନେକ ସ୍ଥାନ କୁଆପଥର ବୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଝଡ଼ବର୍ଷାରେ ଜନତା ମଇଦାନ ଛାରଖାର ହୋଇଥିବା ଦେଖାଯାଇଛି। ପବନର ବେଗ ଏତେ ଥିଲା ଯେ, ପ୍ରାୟ ୨୫୦ଟି ଷ୍ଟଲ ମାଟିରେ ମିଶିଯାଇଛି। ଜୟଦେହ ବିହାରରେ ଗଛ ଡାଳ ପଡ଼ି ୧୦ରୁ ଅଧିକ ଗାଡ଼ି ଚାପି ହୋଇ ନଷ୍ଟ ହୋଇଛି। ସହରର ଅନେକ ସ୍ଥାନରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ଫଳରେ ଟ୍ରାଫିକ ସମସ୍ୟା ଉପୁଜିଛି। ତେବେ ବର୍ଷା ଯୋଗୁଁ ଗରମ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଆକାଶରେ କଳାହାଣ୍ଡିଆ ମେଘ ଦେଖାଯିବା ସହ କିଛି ସ୍ଥାନରେ ବର୍ଷା ହୋଇଛି । ଆଜି ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି ପରିଲକ୍ଷିତ ହୋଇଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୩ ଡିଗ୍ରୀ ଓ ଆର୍ଦ୍ରତା ୭୭% ଥିଲା । ୪୭ ଡିଗ୍ରୀ ପରି ଅନୁଭୂତ ହେଉଥିଲା  ଭୁବନେଶ୍ବରର ଗରମ। ଆକାଶରୁ ଯେମିତି ନିଆଁ ବର୍ଷା ହେଉଥିଲା । ଉପକୂଳରେ ଆର୍ଦ୍ରତା ଅଧିକ ଯୋଗୁଁ କଲବଲ  ହେଉଥିଲେ ଲୋକେ । ରାସ୍ତାରେ ଗଲାବେଳେ ଗୋଡ ହାତ ଯେମିତି ଝାଇଁ ମାରିଯାଉଥିଲା। ଆଖି ମଧ୍ୟ ପ୍ରବଳ ପୋଡିବା ସହ ମୁଣ୍ଡ ବୁଲାଇବା ଭଳି ଲାଗୁଥିଲା । ଅପରାହ୍ନରେ ବର୍ଷା ହୋଇଥିବାବେଳେ ଲୋକଙ୍କୁ ଆଶ୍ବସ୍ତି ମିଳିଛି।

Leave a Reply

Your email address will not be published. Required fields are marked *