ଜାତୀୟତାଜା ଖବର

ଭତ୍ତା ଯନ୍ତ୍ରଣା: ୩ ମାସ ହେଲା ମିଳୁନି ଟଙ୍କା ଏକାଠି ହେଲେ ଶହଶହ ବୃଦ୍ଧବୃଦ୍ଧା

ସମ୍ବଲପୁର: ଦିନକୁ ଦିନ ବଢ଼ୁଛି ଭତ୍ତା ଯନ୍ତ୍ରଣା। ଏ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତିନି ମାସ ହେଲା ମିଳୁନି ଭତ୍ତା। ପ୍ରତିବାଦରେ ଶହଶହ ବୃଦ୍ଧବୃଦ୍ଧା ଏକାଠି ହୋଇଥିବାବେଳେ ତୁରନ୍ତ ବକେୟା ଟଙ୍କା ଦେବାକୁ ଦାବି କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରର ମାନେଶ୍ବରରେ। ୱାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଭତ୍ତା ପାଇଁ ପ୍ରତିବାଦ କରିଛନ୍ତି ଶହେରୁ ଅଧିକ ବୃଦ୍ଧବୃଦ୍ଧା। ବଡ଼ କଥା ହେଉଛି, ବୟସର ଅପରାହ୍ଣରେ କିଏ ରୋଗାଗ୍ରସ୍ତ ଅଛି ତ ଆଉ ଅଭାବର ଶିକାର ହୋଇଛି । ହେଲେ ସରକାରୀ ଯନ୍ତ୍ରଣା ଏସବୁକୁ ବଳିଯାଇଛି । ଏମାନଙ୍କ ମଧ୍ୟରୁ କିଏ ବ୍ୟାଙ୍କ ଧାଇଁ ଧାଇଁ ନୟାନ୍ତ ତ ଆଉ କିଏ ଭତ୍ତା ଟଙ୍କା ପାଇଁ ସରକାରୀ ଅଫିସରେ ପଡ଼ିରହିଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ମିଳିବ ଭତ୍ତା। ସରକାର କହୁଛନ୍ତି ଏକାବେଳେ ୩ ମାସର ମିଳିବ ଭତ୍ତା। ହେଲେ କେବେ ଭତ୍ତା ମିଳିବ ସେନେଇ ଚାତକ ପକ୍ଷୀ ଭଳି ଅନାଇ ବସିଛନ୍ତି ହିତାଧିକାରୀ।

Leave a Reply

Your email address will not be published. Required fields are marked *