ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଭୁବନେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡେଏ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଏନେଇ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ଭୁବନେଶ୍ଵର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ାରେ ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସ୍ପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ସୂଚନାନୁଯାୟୀ, ଆଇଟିଡିଏ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କର ଭୁବନେଶ୍ଵର ଚନ୍ଦ୍ରଶେଖରପୁର ସ୍ଥିତ ଏକ ଚାରି ମହଲା କୋଠା, ଶୈଳେଶ୍ରୀବିହାର ସ୍ଥିତ ତିନି ମହଲା ଘର, ପଟିଆ ସ୍ଥିତ ଦୁଇ ମହଲା ଘର, ଚନ୍ଦ୍ରଶେଖରପୁର ସ୍ଥିତ ଦୁଇ ମହଲା ଘର, ଧର୍ମଶାଳା ସ୍ଥିତ ପୈତୃକ ଘର, ବାରିପଦା ଟାଉନରେ ଥିବା ସମ୍ପର୍କୀୟଙ୍କ ଘର, ଧର୍ମଶାଳା କଲେଜ ନିକଟରେ ଥିବା ସମ୍ପର୍କୀୟଙ୍କ ଘର, ସହକାରୀ ଯନ୍ତ୍ରୀଙ୍କ ଅଫିସ୍ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି।

