ଜାତୀୟତାଜା ଖବର

ମାଆ ପାଇଁ ଝିଅକୁ ଅପହରଣ ଉଦ୍ୟମ କବାଟ ଭାଙ୍ଗି ଘୋଷାଡି ନେବାବେଳେ ଉଦ୍ଧାର

ବଲାଙ୍ଗୀର: ମାଆ ପାଇଁ ଝିଅକୁ ଅପହରଣ ଉଦ୍ୟମ। ମାଆକୁ ଖୋଜିବାକୁ ଆସିଥିଲେ, ହେଲେ ସେ ଲୁଚି ଯିବାରୁ ନାବାଳିକା ଝିଅକୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ କିଛି ଯୁବକ। ସ୍ଥାନୀୟ ଲୋକଙ୍କ ଦ୍ବାରା ନାବାଳିକା ଉଦ୍ଧାର ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅଂଚଳରେ। ଗତକାଲି ଦିନ ଦ୍ବିପ୍ରହରରେ ୪ ଜଣ ଯୁବକ ଏକ କାରରେ ଆସିଥିଲେ। ଦୁଇଜଣ କାରରେ ବସିଥିବା ବେଳେ ଅନ୍ୟ ଦୁଇଜଣ ଛୁରୀ ଧରି ଜଣେ ମହିଳାକୁ ଖୋଜିଥିଲେ। ମହିଳା ଜଣକ ଲୁଚି ଥିବାରୁ ଘରର କବାଟ ଭାଙ୍ଗି ଘର ଭିତରୁ ତାଙ୍କ ନାବାଳିକା ଝିଅକୁ ବାହାରକୁ ଘୋଷାଡି ଘୋଷାଡି ଆଣିଥିଲେ। ନାବାଳିକା ଜଣକ ପ୍ରତିରୋଧ କରିବାରୁ ତାଙ୍କ ହାତ ଓ ବେକରେ ଛୁରା ମାଡ କରିଥିଲେ। ନାବାଳିକାଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବାରୁ, ରାସ୍ତାରେ ନାବାଳିକାକୁ ଛାଡି ଫେରାର ମାରିଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଉଦ୍ଧାର କରିଥିବାବେଳେ ସେ ସୁରକ୍ଷିତ ଅଛନ୍ତି। ତେବେ ଏନେଇ ମାଆ ଝିଅ ବେଲପଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି କାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତ ମୁରିବାହାଲ ଥାନା ଅନ୍ତର୍ଲା ଗାଁର ମୁନା ବେହେରା ବୋଲି ଜଣାପଡିଛି। ତେବେ କଣ ପାଇଁ ମୁନା ବେହେରା ଏପରି କାଣ୍ଡ କରୁଥିଲା ସେନେଇ ତଦନ୍ତ କରୁଛି ପୋଲିସ।

Leave a Reply

Your email address will not be published. Required fields are marked *