ଜାତୀୟତାଜା ଖବରରାଜ୍ୟ

ରାଜସ୍ଥାନର ବିକାଶ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ ଦେଶର ପ୍ରଥମ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ ରିଫାଇନାରୀ ଉଦଘାଟିତ ସବୁଠୁ ବଡ଼ ଶକ୍ତି ସଙ୍କଟ ସାମ୍ନା କରିଛୁ: ମୋଦି

ବାଲୋତ୍ରା: ରାଜସ୍ଥାନର ବିକାଶ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବାଲୋତ୍ରା ଜିଲ୍ଲାସ୍ଥିତ ପଚପଦ୍ରାଠାରେ ଦେଶର ପ୍ରଥମ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ ରିଫାଇନାରୀ-କମ୍-ପେଟ୍ରୋକେମିକାଲ କମ୍ପ୍ଲେକ୍ସକୁ ଲୋକାର୍ପିତ କରିଛନ୍ତି। ୭୯ ହଜାର ୪୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଭାରତର ପ୍ରଥମ ଗ୍ରୀନଫିଲ୍ଡ ସମନ୍ୱିତ ରିଫାଇନେରୀ-କମ୍-ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି ମୋଦି। ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ଏବଂ ରାଜସ୍ଥାନ ସରକାରଙ୍କ ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିବାଲୋତ୍ରାରେ ୧.୦୬ ଲକ୍ଷ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି,  ଗତ କିଛି ମାସ ମଧ୍ୟରେ ଦେଶ ସବୁଠାରୁ ବଡ଼ ଶକ୍ତି ସଙ୍କଟକୁ ସାମ୍ନା  କରିଛି। ପଶ୍ଚିମ ଏସିଆ ଯୁଦ୍ଧ ଏକ ବିଂଶ ଶତାବ୍ଦୀର ବୁଠୁ ବଡ଼ ଶକ୍ତି ସଙ୍କଟ ଆଣିଛି ବୋଲି ମୋଦି କହିଛନ୍ତି। ନୂତନ ଭାରତର ଇଚ୍ଛା ଶକ୍ତି ଶତାବ୍ଦୀର ସବୁଠୁ ବଡ଼ ଶକ୍ତି ସଙ୍କଟକୁ ଦୂର କରିଛି। ଭାରତ ଯଥାର୍ଥ ମୂଲ୍ୟାଙ୍କନ କରି ପ୍ରତ୍ୟକ ସ୍ତରରେ ସଠିକ ନିଷ୍ପତ୍ତି ନେଇଛି। ଭାରତ ନିଜର ସମ୍ପଦର ସନ୍ତୁଳିତ ବ୍ୟବହାର କରି, ସମସ୍ୟା ଦୂର କରିପାରିଛି।  ହେଲେ ଏହାରି ଭିତରେ କିଛି ଶକ୍ତି ଗୁଜବ ଓ ଭୟ ପ୍ରସାର କରିବାରେ ବ୍ୟସ୍ତ ଥିଲେ ବୋଲି ସମାଲୋଚନା କରିଛନ୍ତି। ଦେଶରେ ଏଲପିଜି ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଆମଦାନୀ  ମାଧ୍ୟମରେ ପୂରଣ ହୁଏ। ଆମଦାନୀର ୯୦ ପ୍ରତିଶତ ଗଳ୍ଫ ଦେଶ, ଯାହା ହର୍ମୁଜ ବାଟ ଦେଇ ଆସୁଥିଲା। ହଠାତ ଯୁଦ୍ଧ ଯୋଗୁଁ ସେହି ଯୋଗାଣ ପ୍ରାୟ ବନ୍ଦ ହୋଇଯାଇଥିଲା। ସଙ୍କଟ ଆରମ୍ଭ ହେବା ମାତ୍ରେ  ଆମର ରିଫାଇନାରୀ କ୍ଷମତାକୁ ବଢ଼ାଇଲୁ ବୋଲି ମୋଦି କହିଛନ୍ତି। ମାତ୍ର ୭ ଦିନ ଭିତରେ ଏଲପିଜି ଉତ୍ପାଦନ ବଢ଼ିଗଲା। ଘରୋଇ ଉତ୍ପାଦନ ୩୫,୦୦୦ ଏମଟିରୁ ୫୪ ୦୦୦ ଏମଟି ହୋଇଗଲା। ପିଏନଜି ସଂଯୋଗ ବଢ଼ାଇବା ପାଇଁ ଏକ ଅଭିଯାନ ଅାରମ୍ଭ କରାଗଲା ବୋଲି ମୋଦି କହିଛନ୍ତି। ସ୍ବଳ୍ପ ସମୟ ମଧ୍ୟରେ ୧୧ ଲକ୍ଷରୁ  ଅଧିକ ପରିବାରକୁ ପିଏନଜି ସଂଯୋଗ ଦେଇଛୁ। ଏ ପର୍ଯ୍ୟନ୍ତ ଏକ ଘରୋଇ ଏଲପିଜି ସିଲିଣ୍ଡର ୯୫୦ ଟଙ୍କାରୁ କମ ମୂଲ୍ୟରେ ଦେଉଛୁ ବୋଲି ମୋଦି କହିଛନ୍ତି। ପ୍ରକଳ୍ପର ବାର୍ଷିକ କ୍ରୁଡ୍ ପ୍ରକ୍ରିୟାକରଣ କ୍ଷମତା ରହିଛି ୯ ମିଲିୟନ ମେଟ୍ରିକ୍ ଟନ୍। ଏଠାରେ ବାର୍ଷିକ ୨.୪ ଏମଏମଟିପିଏ ପେଟ୍ରୋକେମିକାଲ୍ ଉତ୍ପାଦନ ହେବ, ଯାହା ପ୍ଲାଷ୍ଟିକ୍, ଟେକ୍ସଟାଇଲ୍ ଏବଂ ଫାର୍ମାସ୍ୟୁଟିକାଲ୍ସ ଶିଳ୍ପ ପାଇଁ କଞ୍ଚାମାଲ ଯୋଗାଇବ। ଏହି କମ୍ପ୍ଲେକ୍ସ ଭାରତର ପେଟ୍ରୋକେମିକାଲ୍ ଆମଦାନୀ ଉପରେ ନିର୍ଭରଶୀଳତାକୁ ବହୁ ପରିମାଣରେ କମାଇବ ଏବଂ ବିଦେଶୀ ମୁଦ୍ରା ସଞ୍ଚୟ କରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *