ସବୁଠୁ ମହଙ୍ଗା ସେଲିବ୍ରିଟି କୋହଲି ବ୍ରାଣ୍ଡ ଭାଲ୍ୟୁ ୩୫୪୨ କୋଟି, ଦ୍ଵିତୀୟରେ ଶାହରୁଖ
ନୂଆଦିଲ୍ଲୀ() ଭାରତର ମହଙ୍ଗା ସେଲିବ୍ରିଟି ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି କ୍ରିକେଟର ବିରାଟ କୋହଲି। ମୂଲ୍ୟବାନ ବ୍ୟକ୍ତିତ୍ୱ ତାଲିକାରେ ପ୍ରଥମ ସ୍ଥାନ ହାସଲ କରି ଥିବାବେଳେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୩,୫୪୨ କୋଟି ଟଙ୍କା । ସେହିପରି ତାଲିକାର ୨ୟ ସ୍ଥାନରେ ଶାହରୁଖ ଖାନ୍ ଓ ୩ୟରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା । ଫର୍ଚ୍ୟୁନ ଇଣ୍ଡିଆ ଓ ଇଣ୍ଟରବ୍ରାଣ୍ଡ ଦେଶର ୨୫ ସବୁଠୁ ମହଙ୍ଗା ସେଲିବ୍ରିଟିଙ୍କ ଉପରେ ଅଧ୍ୟୟନ କରିଛି ।ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ଶୀର୍ଷ ୧୦ରେ ୩ ଜଣ କ୍ରିକେଟର ଓ ୭ ସିନେ ସେଲିବ୍ରିଟି ଅଛନ୍ତି । କ୍ରିକେଟର ମହେନ୍ଦ୍ର ସିଂହ ଧୋନି, ଅଭିନେତା ରଣବୀର ସିଂହ, ଅକ୍ଷୟ କୁମାର, ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ଆଲିୟା ଭଟ୍ଟ ଓ ଅଲ୍ଲୁ ଅର୍ଜୁନ ଯଥାକ୍ରମେ ୪ର୍ଥ, ୫ମ, ୬ଷ୍ଠ, ୭ମ, ୮ମ, ୯ମ ଓ ୧୦ମ ସ୍ଥାନରେ ଅଛନ୍ତି । ମହିଳା ସେଲିବ୍ରିଟିଙ୍କ ମଧ୍ୟରେ ପ୍ରିୟଙ୍କା ସବୁଠୁ ଉପରେ ଅଛନ୍ତି । ଦୀପିକା ୧୧ତମ, ରଶ୍ମିକା ମନ୍ଦାନା ୧୭ତମ ଓ କ୍ରିତି ସାନନ, ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଓ ସାଉଥ୍ ଅଭିନେତ୍ରୀ ନୟନତାରା ମଧ୍ୟ ସ୍ଥାନ ପାଇଛନ୍ତି । ମୂଲ୍ୟବାନ ବ୍ୟକ୍ତି ତାଲିକାରେ ଦିଲଜିତ ଦୋସାଂଝ, କରନ ଜୋହର, ସୌରଭ ଗାଙ୍ଗୁଲି ଓ ଭିକି କୌଶଲଙ୍କ ନାଁ ବି ଅଛି । ଅଧ୍ୟୟନରେ ବ୍ରାଣ୍ଡ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସେଲିବ୍ରିଟିଙ୍କ ଆୟ, ଫଲୋଅର ସଂଖ୍ୟା ଓ ବକ୍ସ ଅଫିସ୍ ସଫଳତା ସମେତ ଅନେକ ଅନ୍ୟ ଦିଗ ଯଥା- ସ୍ୱତନ୍ତ୍ରତା, ସାମଞ୍ଜସ୍ୟ, ସହଭାଗିତା, ବିଶ୍ୱାସ, ଆତ୍ମିୟତା ଓ ଦାୟିତ୍ୱ ଉପରେ ଫୋକସ୍ କରାଯାଇଥିଲା ଏ ସବୁ ମିଳିତ ଭାବେ ସେମାନଙ୍କ ଚୂଡ଼ାନ୍ତ ବ୍ରାଣ୍ଡ ଭାଲ୍ୟୁ ନିର୍ଦ୍ଧାରଣ କରେ ।

