ଜାତୀୟତାଜା ଖବର

ଇସ୍ପାତ୍ ସହରରେ ହାତୀ ଆତଙ୍କ ସପ୍ତାହରେ ଦନ୍ତା ଆକ୍ରମଣରେ ୪ ମୃତ

ରାଉରକେଲା: ରାଉରକେଲାରେ ହାତୀଙ୍କ ଉତ୍ପାତ ବଢ଼ି ଚାଲିଛି। ଵନ ବିଭାଗ ହାତୀ ଘୋଡାଇବାରେ ଅସମର୍ଥ ହୋଇପଡ଼ିଥିବାବେଳେ ଗତ ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ଗଲାଣି। ପଡ଼ୋଶୀ ରାଜ୍ୟ ଝାରଖଣ୍ଡ , ଛତିଶଗଡରୁ ହାତୀପଲ ବିତମିତ୍ରପୁର ଦେଇ ଓଡ଼ିଶା ସୀମାରେ ପ୍ରବେଶ କରୁଛନ୍ତି। ହାତୀ ପଲ ଗାଁ ଭତରେ ପଶି ଫସଲ ନଷ୍ଟ କରୁଥିବାବେଳେ ଯିଏ ହାବୁଡ଼ରେ ପଡ଼ିଲା ତାର ଜୀବନ ଗଲା। ବନବିଭାଗ ଜାଣି ଶୁଣି ଚୁପ ବସୁଥିବା ଦେଖାଯାଇଛି। ସହର ଭିତରେ ହାତୀ ଆତଙ୍କ ଖେଳାଉ ଥିବାବେଳେ ଧନ ଜୀବନ ହାନି ହେଉଛି।  ରାତିରେ ଲୋକେ ଜରୁରୀ କାଳିନ ପରିସ୍ଥିତିରେ ବି ଘରୁ ବାହାରିବାକୁ ଭୟ କରୁଛନ୍ତି। ହାତୀ ଆକ୍ରମଣ ରେ କନ୍ତୁପଡ଼ାର ଯମୁନା ମାହାନ୍ତ (୬୫),  କପାଟମୁଣ୍ଡାର ଅମୂଲ୍ୟ କାଲୁ (୬୨) ସାଉନାପଡ଼ାର ଗ୍ଲୋରିଆ ଟପୋ (୬୦),ଦରୁପିସାର ପ୍ରକାଶ ଟେଟେ( ୫୦)ଙ୍କ ଜୀବନ ଯାଇଛି। ତେବେ କପାଟମୁଣ୍ଡାର ସୁଷମା କାଲୁ (୫୫) ହାତୀ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଏପରି ଘଟଣା ବାରମ୍ବାର ଘଟୁଛି ପ୍ରଶାସନ ସଜାଗ ନାହିଁ କି ଵନ ବିଭାଗ ହାତୀପଲଙ୍କୁ ମନି ଟାରି କରିବାରେ ବିଫଳ ହୋଇଛି। ହାତୀ ପଲ ପଡ଼ୋଶୀ ରାଜ୍ୟରୁ ଆମ ରାଜ୍ୟର ସୀମାରେ ଆସୁଛନ୍ତି ସେହି ସମୟରେ ଵନ ବିଭାଗ ପକ୍ଷରୁ ସୂଚନା ସଂଗ୍ରହ କରି ହାତୀ ପଲଙ୍କୁ ଘୋଡାଇ ଦିଆଯାଏ ତାହାଲେ ଅମୂଲ୍ୟ ଜୀବନ ନଷ୍ଟ ହୋଇନଥାନ୍ତା। ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟ ର ଵନ ବିଭାଗ ସହିତ ଯୋଗାଯୋଗରେ ରହି ଏହାର ସମାଧାନ କରିବା ଦରକାର। ଦିନକୁ ଦିନ ଲୋକଙ୍କ ଆକ୍ରୋଶ ବଢି ବଢି ଚାଲିଛି। ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *