ଜାତୀୟ

ପଶ୍ଚିମବଙ୍ଗରେ ପୋଲିସ ଉପରେ ଆକ୍ରମଣ : ୧୦ ଅଟକ

କୋଲକାତା, ୨୪|୫: ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କଠୋର ବାର୍ତ୍ତା ସତ୍ତ୍ୱେ ପୋଲିସ ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ । ସମାନ କ୍ରମରେ ରାଜ୍ୟର ମୁସଲିମ ବହୁଳ ମୁର୍ଶିଦାବାଦ ଜିଲ୍ଲାର ଡୋମକାଲରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆସିଥିବା ପୋଲିସ ଦଳ ଉପରେ ଗ୍ରାମବାସୀ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ଅଧିକାରୀଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଗ୍ରାମବାସୀ ଅଭିଯୁକ୍ତଙ୍କୁ ପୋଲିସ ହେପାଜତରୁ ମୁକ୍ତ ମଧ୍ୟ କରିଥିଲେ, ଯାହା ପରେ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଆକ୍ରମଣ ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପୋଲିସ ୧୦ ଜଣଙ୍କୁ ଅଟକ ରଖିଛି।

Leave a Reply

Your email address will not be published. Required fields are marked *