ଜାତୀୟତାଜା ଖବର

ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡରେ ପୁଲିସ, ୨୩ ଗିରଫ

ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ଏବେ ଆକ୍ସନ ମୋଡରେ ପୁରୀ ପୁଲିସ। ସହରରେ  ‘କ୍ଲିନ୍ ସିଟି ଡ୍ରାଇଭ୍’କୁ ଜୋରଦାର କରାଯାଇଛି। ସହରକୁ ଅପରାଧମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ପୁଲିସ ଆକ୍ସନ ମୋଡକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୮ଟି ମାମଲା ରୁଜୁ ହୋଇଛି। ଭକ୍ତଙ୍କୁ ଶୋଷଣ କରୁଥିବା ଅଭିଯୋଗରେ ସିଂହଦ୍ୱାର ପୁଲିସ ପକ୍ଷରୁ ଜଣକୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି। ଚଢ଼ାଉ ସମୟରେ ପୁଲିସ ବିପୁଳ ପରିମାଣର ମାରଣାସ୍ତ୍ର ଓ ନିଶାଦ୍ରବ୍ୟ ଜବତ କରିଛି। ପୁଲିସ ୩ଟି ଖଣ୍ଡା, ୪ଟି ଛୁରୀ, ଲୁହା ରଡ୍, କୋରେକ୍ସ ବୋତଲ ସହ ୭୫୦ ଲିଟରରୁ ଅଧିକ ମଦ ଜବତ କରିଛି। ଏ ସମ୍ପର୍କରେ ପୁରୀ ପୁଲିସ ପକ୍ଷରୁ କୁହାଯାଇଛି, “ଦର୍ଶନାର୍ଥୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ମନ୍ଦିର ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛୁ। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ରଥଯାତ୍ରା ସମୟରେ ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ପୁଲିସ ପ୍ରସ୍ତୁତ ଅଛି।”

 

Leave a Reply

Your email address will not be published. Required fields are marked *