ଜାତୀୟତାଜା ଖବର

ସରିଲା ଗ୍ରୀଷ୍ମ ଛୁଟି, ୧୮ରେ ଖୋଲିବ ସ୍କୁଲ୍ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା

ଭୁବନେଶ୍ଵର : ସରିଲା ଖରା ଛୁଟି। ଆସନ୍ତା ୧୮ ତାରିଖରେ ସାରା ରାଜ୍ୟରେ ଖୋଲିବ ସ୍କୁଲ । ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ଛୁଟି ଅବଧି ବଢ଼ିବ କି ନାହିଁ ସେନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଏହା ଉପରେ ସମ୍ପୂର୍ଣ୍ଣ ବିରାମ ଲଗାଇଛନ୍ତି। ମନ୍ତ୍ରୀ କହିଛନ୍ତି ଆସନ୍ତା ୧୮ ତାରିଖରେ ଖରା ଛୁଟିର ସମୟସୀମା ସରୁଛି। ତେଣୁ ନିର୍ଦ୍ଧାରିତ ସମୟରେ ହିଁ ସ୍କୁଲ ଗୁଡ଼ିକ ଖୋଲିବ। ତେବେ ଆଗକୁ ଯଦି ଅସହ୍ୟ ଗରମ ହୁଏ, ପରିସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ବିଚାର କରାଯିବ। ହେଲେ ବର୍ତ୍ତମାନ ସୁଦ୍ଧା ଛୁଟି ବଢ଼ାଇବା ନେଇ ସେମିତି କୌଣସି ଅଲଗା ନିଷ୍ପତ୍ତି ହୋଇନାହିଁ।

Leave a Reply

Your email address will not be published. Required fields are marked *