*କୁମକୁମ ଭାଗ୍ୟ’ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ
ନୂଆଦିଲ୍ଲୀ,୧୫।୬: ଟେଲିଭିଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି । ‘କୁମକୁମ ଭାଗ୍ୟ’ ସିରିଏଲ ଷ୍ଟାର ଅଭିନେତ୍ରୀ ସଞ୍ଚିତା ଉଗଲେ ଆତ୍ମହତ୍ୟା କରିଛନ୍ତି।
ମୁମ୍ବାଇ ସ୍ଥତ ବାସଭବନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇଁ େପାଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅାରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ େମଡ଼ିକାଲକୁ ପଠାଇଛି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ପୁଲିସର ସୂଚନା ଅନୁଯାୟୀ, ସଞ୍ଚିତା ଓ ତାଙ୍କ ବାପାମାଆ ଏବଂ ୧୫ ବର୍ଷୀୟା ଭଉଣୀଙ୍କ ସହିତ ନାଲାସୋପାରା ପୂର୍ବର ଆଚୋଲେରେ ରହୁଥିଲେ । ଘଟଣା ଘଟିବା ସମୟରେ ସେ ଘରେ ଏକା ଥିଲେ। ସଞ୍ଚିତା ଉଗଲେ ଟିଭି ଇଣ୍ଡଷ୍ଟ୍ରି ଏବଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ । ଟିଭି ଶୋ’ ବ୍ୟତୀତ, ସେ ‘ଛାଭା’ ଭଳି ପ୍ରମୁଖ ପ୍ରୋଜେକ୍ଟ ସମେତ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ବହୁତ କମ ବୟସରେ, ସଞ୍ଚିତା ଉଗଲେ ଟିଭି ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିଲେ। ୨୦୨୦ ଜୁନ ୧୪ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଥିଲା ।*

