ସିଦ୍ଧରମୈୟାଙ୍କ ସହ ହାଇକମାଣ୍ଡଙ୍କ ବୈଠକ
ବେଙ୍ଗାଲୁରୁ, ୨୫|୫: ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ କର୍ଣ୍ଣାଟକର ୪ଟି ଆସନ ଖାଲି ପଡ଼ୁଛି। ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ କଂଗ୍ରେସ ହାଇକମାଣ୍ଡଙ୍କ ମିଳିତରେ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କର୍ଣ୍ଣାଟକର ପ୍ରଭାରୀ କଂଗ୍ରେସ ମହାସଚିବ ରଣଦୀପ ସୁରଜେୱାଲା କହିଛନ୍ତି ଯେ ରାଜ୍ୟର ଚାରୋଟି ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ଡକାଯାଇଥିଲା। ଏନେଇ ପ୍ରାର୍ଥୀ ଚୟନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସେ କହିଛନ୍ତି ।

