ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ରଥ ଯାତ୍ରା ଓ ସ୍ନାନ ଯାତ୍ରାର ହେବ ନୀତି ନିର୍ଘଣ୍ଟ
ପୁରୀ : ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଆଗକୁ ଥିବା ରଥ ଯାତ୍ରା ଓ ସ୍ନାନ ଯାତ୍ରା ଥିବାବେଳେ ଏ ନେଇ ନୀତି ନିର୍ଘଣ୍ଟ କରାଯିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ବୈଠକରେ ଗତ ୩୧ ତାରିଖ ଛତିଶା ନିଯୋଗ ଏବଂ ନୀତି ସବ୍ମିଟି ବୈଠକରେ ଅନୁମୋଦନ ପାଇଥିବା ରଥ ଯାତ୍ରା ଓ ସ୍ନାନ ଯାତ୍ରାର ନୀତି ନିର୍ଘଣ୍ଟ, ବ୍ୟବସ୍ଥାବଳୀକୁ ଚୂଡ଼ାନ୍ତ ଅନୁମୋଦନ ମିଳିବ ।

