ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ, ୨୦ ମୃତ
ନୂଆଦିଲ୍ଲୀ: ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିବାବେଳେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟର ତଳ ରୁମ୍ରେ ଅଗ୍ନିକାଣ୍ଡ ହୋଇଛି। ରେଷ୍ଟୁରାଣ୍ଟରେ ନିଆଁ ଲାଗିବା ପରେ ଭୟରେ ଜୀବନ ବଞ୍ଚାଇବା ପାଇଁ କିଛି ଲୋକ ଛାତରୁ ଡେଇଁ ପଡ଼ିବାରୁ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଥିବାବେଳେ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି।

