ତାଜା ଖବର

ଶିମିଳିପାଳରେ ୪ କଳାବାଘ, କ୍ୟାମେରାରେ ହେଲା କଏଦ

ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନର ସ୍ୱତନ୍ତ୍ର ପରିଚୟ କଳା ମହାବଳ ବାଘର ଫଟୋ ପୁଣି ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଛି । ଟ୍ରାପ୍ କ୍ୟାମେରାରେ ଚାରି ଚାରିଟି କଳାବାଘ ଦେଖିବାକୁ ମିଳିଛି। ଶିମିଳିପାଳରେ ଯେତିକି ବାଘ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି କଳାବାଘ । ନିକଟରେ ଶିମିଳିପାଳ ମଧ୍ୟରେ ଏକ ମେଲାନିଷ୍ଟକ୍ ବାଘୁଣୀ ତାର ତିନି ଛୁଆକୁ ସାଙ୍ଗରେ ଧରି ଜଙ୍ଗଲରେ ବୁଲୁଥିବାର ଦୃଶ୍ୟ ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି । ଏହି ଫଟୋକୁ ଶିମିଳିପାଳ ଟାଇଗର ରିଜର୍ଭ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । କଳାବାଘ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ରରୁ ଜିନ୍ନତ୍ ଓ ଯମୁନା ନାମକ ଦୁଇ ବାଘୁଣୀକୁ ଶିମିଳିପାଳ ଆଣାଯାଇଥିଲା ।

Leave a Reply

Your email address will not be published. Required fields are marked *