ତାଜା ଖବର

DMF ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି ପ୍ରଭାବ ଆଧାରରେ ମିଳିବ ଅର୍ଥ

ଭୁବନେଶ୍ବର: ଏଣିକି ଖଣି ଅଞ୍ଚଳଗୁଡ଼ିକୁ ପ୍ରଭାବ ଆଧାରରେ ମିଳିବ ଅର୍ଥ। ଖଣି ଅଞ୍ଚଳର ଅବସ୍ଥିତି ଆଧାରରରେ ନୁହେଁ ବୋଲି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ଡିଏମଏଫ୍ ପାଣ୍ଠି ବଣ୍ଟନରେ ରାଜ୍ୟ ସରକାର ନୂଆ ନୀତି ଲାଗୁ କରିଛନ୍ତି। ଏହି ନୂଆ ବ୍ୟବସ୍ଥା ଅନୁସାରେ ଏବେ ଖଣି ଅଞ୍ଚଳର ପ୍ରଭାବ ଆଧାରରେ ପାଣ୍ଠି ବଣ୍ଟନ କରାଯିବ। ସରକାରଙ୍କ ନୂତନ ନୀତି ଅନୁଯାୟୀ, ପ୍ରତ୍ୟକ୍ଷ ଭାବେ ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମୋଟ ପାଣ୍ଠିର ୭୦ ପ୍ରତିଶତ ରାଶି ବ୍ୟୟ କରାଯିବ। ଏହା ଦ୍ୱାରା ସେହି ଅଞ୍ଚଳର ମୌଳିକ ସୁବିଧା, ପାଣି, ସଡ଼କ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଧିକ ବିକାଶ ସମ୍ଭବ ହେବ ବୋଲି ଆଶା କରାଯାଉଛି । ସେହିପରି, ପରୋକ୍ଷ ଭାବେ ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ ୩୦ ପ୍ରତିଶତ ପାଣ୍ଠି ବ୍ୟୟ କରାଯିବ । ଏହା ମାଧ୍ୟମରେ ଖଣି କାର୍ଯ୍ୟକଳାପର ଦ୍ୱିତୀୟ ପ୍ରଭାବ ଥିବା ଅଞ୍ଚଳଗୁଡ଼ିକର ଉନ୍ନତିକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।

Leave a Reply

Your email address will not be published. Required fields are marked *