ଜାତୀୟ

ଜାତୀୟତାଜା ଖବର

ଦିଲ୍ଲୀ ଶାଲିମାର ବାଗ୍‌ରେ ଜବର ଦଖଲ ଉଚ୍ଛେଦ, ୧୫୦ ଘର ଭାଙ୍ଗିଲା

ବେଆଇନ ଜବରଦଖଲ ନେଇ ଦିଲ୍ଲୀର ଶାଲିମାର ବାଗ୍ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଲଡୋଜର ଚଲାଯାଇଛି। ୧୫୦ ବେଆଇନ ଘର ଭାଙ୍ଗିବା ପାଇଁ ବୁଲଡୋଜର ବ୍ୟବହାର କରାଯାଇଛି। ବାସିନ୍ଦାମାନଙ୍କୁ ସେମାନଙ୍କ ଘର ଖାଲି କରିବା ପାଇଁ ମେ’ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା।

Read More
ଖେଳଜାତୀୟତାଜା ଖବର

ଗୋଲ୍ଡ ମେଡାଲିଷ୍ଟ ଖେଳାଳିଙ୍କୁ ଗୁଳି କରି ହତ୍ୟା

ପ୍ରତିଶୋଧ ନିଆଁରେ ଅନ୍ଧ। ସାଙ୍ଗର ଜୀବନ ନେଲା ସାଙ୍ଗ। ହେଲେ ସେ ଜଣେ ସାଧାରଣ ସାଙ୍ଗ ନୁହେଁ , ସେ ଗୋଲ୍ଡ ମେଡାଲିଷ୍ଟ ଖେଳାଳି। ନିକଟରେ ରାଷ୍ଟ୍ରୀୟ ପାରା ଆଥଲେଟିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ଚିରାଗ ତ୍ୟାଗୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନିଜ ସାଙ୍ଗ।

Read More
ଜାତୀୟତାଜା ଖବର

ଦୁଇ ବର୍ଷର ଉପଲବ୍ଧି ନେଇ ରିପୋର୍ଟ କାର୍ଡ ମାଗିଲେ ମୋଦି

ରାଜ୍ୟରେ ବିଜେପି ସରକାରକୁ ଦୁଇ ବର୍ଷ ପୁରିବାକୁ ଯାଉଛି। ଏହି ଦୁଇ ବର୍ଷରେ ସରକାର କି କି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଏବଂ କେତେ ସଫଳ ହୋଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Read More
ଜାତୀୟତାଜା ଖବର

ମହାନଦୀ ଜଳ ବିବାଦ: ୧୫ ପ୍ରସଙ୍ଗ ମଧ୍ୟରୁ ୧୨ରେ ସହମତି ଜୁନ୍ ୬ରେ ପରବର୍ତ୍ତୀ ଶୁଣାଣି

ମହାନଦୀ ଜଳ ବିବାଦର ସମାଧାନ ନେଇ ବାଟ ଫିଟୁଛି।ଏହି ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ସହମତି ବୃଦ୍ଧି ପାଇବାରେ ଲାଗିଛି । ଦୁଇ ରାଜ୍ୟ ମହାନଦୀ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରିଥିବା ୧୫ଟି ପ୍ରସଙ୍ଗ ମଧ୍ୟରୁ ୧୨ଟିରେ ମତଭେଦ ଦୂର କରିପାରିଛନ୍ତି ।

Read More
ଜାତୀୟତାଜା ଖବର

ଏନଏସ୍ ରାଜା ସୁଭ୍ରମଣିଙ୍କୁ ନୂଆ ସିଡିଏ ଦାୟିତ୍ବ

ଜେନେରାଲ ଏନଏସ ରାଜା ସୁବ୍ରମଣି ଦେଶର ନୂଆ ପ୍ରତିରକ୍ଷା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ନେଇଛନ୍ତି ଏନଏସ୍ ରାଜା ସୁଭ୍ରମଣି । ତିନି ସଶନ୍ତ୍ର ବାହିନୀ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ପ୍ରଥମ ସିଡିଏସ ବିପିନ ରାୱତ, ଦ୍ୱିତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ ଅନୀଲ ଚୌହାନଙ୍କ ପରେ ଦେଶର ତୃତୀୟ ସିଡିଏସ ହୋଇଛନ୍ତି ରାଜା ସୁବ୍ରମଣି ।

Read More
ଜାତୀୟତାଜା ଖବର

ରାଜଧାନୀରେ ପୁଣି ବୁଲିଲା ବୁଲ୍‌ଡୋଜର୍ କାର୍ଗିଲ ବସ୍ତିରୁ ଅବୈଧ ନିର୍ମାଣ ଉଚ୍ଛେଦ

ରାଜଧାନୀ ଭୁବନେଶ୍ୱରରେ ପୁଣି ଚାଲିଲା ବୁଲ୍‌ଡୋଜର୍। ମାଟିରେ ମିଶିଲା କାର୍ଗିଲ ବସ୍ତିର ଅବୈଧ ନିର୍ମାଣ। ପଳାସପଲ୍ଲୀରୁ ପୋଖରୀପୁଟ ସଂଯୋଗ କରୁଥିବା ୭୦ ଫୁଟିଆ ୪-ଲେନ୍ ରାସ୍ତା ନିର୍ମାଣ ପାଇଁ ଆଜି ପ୍ରଶାସନ ତରଫରୁ ନିଆଯାଇଛି ଏକ ବଡ଼ ଆକ୍ସନ।

Read More
ଜାତୀୟତାଜା ଖବର

କୁନି କୁନି ପିଲାଙ୍କ ଜୀବନ ସହ ଖେଳ! ଛତୁଆରେ ପୋକ, ବାଦାମ ଲଡୁରେ କାଚ

କୁନି କୁନି ପିଲାଙ୍କୁ ବି ଛାଡ଼ୁ ନାହାନ୍ତି। ପ୍ରସୂତି ଓ ଗର୍ଭବତୀଙ୍କ କଥା ପଚାରେ କିଏ। ଛତୁଆ ପ୍ୟାକେଟରେ ପୋକ ସାଲୁବାଲୁ। ସରକାରଙ୍କ ପୋଷଣ ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆରେ ମିଶୁଛି ବାଲି ଓ ଗୋଡି।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ଏଚ୍-୧ବି ଭିସାଧାରୀ ଓ ଗ୍ରୀନ୍ କାର୍ଡ ଆବେଦନକାରୀଙ୍କୁ ବଡ଼ ଆଶ୍ୱସ୍ତି

ଆମେରିକାରେ ସ୍ଥାୟୀ ନାଗରିକତ୍ୱ ବା ”ଗ୍ରୀନ୍ କାର୍ଡ” ଆଶାୟୀ ପ୍ରବାସୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆମେରିକାର ଗୃହ ସୁରକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ଗ୍ରୀନ୍ କାର୍ଡ ପାଇଁ ଅପେକ୍ଷା କରିଥିବା ଅଧିକାଂଶ ପ୍ରବାସୀଙ୍କୁ ଆବେଦନ ପ୍ରକ୍ରିୟା ଚାଲୁଥିବା ସମୟରେ ଦେଶ ଛାଡ଼ିଯିବାକୁ ପଡ଼ିବ ନାହିଁ।

Read More
ଜାତୀୟତାଜା ଖବର

ନୌସେନାର ନୂଆ ଉପମୁଖ୍ୟ ଅଜୟ କୋଚ୍ଛାର

ଭାରତୀୟ ସେନାବାହିନୀରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପରିବର୍ତ୍ତନ ସ୍ୱରୂପ ଭାଇସ୍ ଆଡମିରାଲ୍ ଅଜୟ କୋଚ୍ଛାର ଭାରତୀୟ ନୌସେନାର ୪୮ତମ ଉପମୁଖ୍ୟ ବା ”ଭାଇସ୍ ଚିଫ୍ ଅଫ୍ ଦି ନାଭାଲ୍ ଷ୍ଟାଫ୍” (ଭିସିଏନଏସ୍) ଭାବେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

Read More
ଜାତୀୟତାଜା ଖବର

ଦେଶ ବିଭାଜନ ଇତିହାସର ସବୁଠାରୁ ଯନ୍ତ୍ରଣାଦାୟକ ଘଟଣା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର, ଭାରତ ଏବଂ ପାକିସ୍ତାନ ବିଭାଜନ ଉପରେ ଏକ ବଡ଼ ବୟାନ ଦେଇଛନ୍ତି।  ସେ କହିଛନ୍ତି ଯେ, ୧୯୪୭ ମସିହାରେ ଯଦି ସଂଘ ଅଧିକ ଶକ୍ତିଶାଳୀ ହୋଇଥାନ୍ତା ତେବେ ଭାରତର ବିଭାଜନ ହୋଇନଥାନ୍ତା।

Read More