ତାଜା ଖବର

ତାଜା ଖବରରାଜ୍ୟ

ରାମେଶ୍ୱର-ପାରାଦୀପ ପ୍ରକଳ୍ପକୁ ମଞ୍ଜୁରୀ ୮,୩୦୦.୭୯ କୋଟି ଟଙ୍କା ବ୍ୟୟ ଅଟକଳ

ଓଡ଼ିଶା ଉପକୂଳ ରାଜପଥ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ମୋହର। ଏଥିପାଇଁ  ୮,୩୦୦.୭୯ କୋଟି ଟଙ୍କା ବ୍ୟୟ ଅଟକଳ ନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ରାଜପଥ ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନିର୍ମାଣ ହେବ। ମୋଟ ୧୬୦.୧୮ କିଲୋମିଟର ବିଶିଷ୍ଟ ରାସ୍ତା ଦୁଇଟି ପ୍ୟାକେଜରେ ନିର୍ମାଣ ହେବ। ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୭୯.୪ କିଲୋମିଟର ୪-ଲେନ୍ ବିଶିଷ୍ଟ ରାସ୍ତା ହେବ।

Read More
ଆନ୍ତର୍ଜାତୀୟତାଜା ଖବର

ରିୟାଦରେ ନୂଆ ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ ୭୮ ବର୍ଷ ପରେ ପ୍ରଥମ ଅଣ ମୁସଲିମ ଦୂତ

ଦୀର୍ଘ ୭୮ ବର୍ଷ ପରେ ସାଉଦି ଆରବରେ ପ୍ରଥମ ଥର ପାଇଁ ଜଣେ ଅଣ ମୁସଲିମ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୪୮ ମସିହା ପରେ ପ୍ରଥମ ଥର ପାଇଁ ଭାରତ ସାଉଦି ଆରବରେ ଅଣ-ମୁସଲିମ ରାଷ୍ଟ୍ରଦୂତ ନିଯୁକ୍ତ କରିଛି।

Read More
ଜାତୀୟତାଜା ଖବର

ମଦ ଦୋକାନ ପାଇଁ ମହାଲଢ଼େଇ ୨୧ ଦୋକାନ ପାଇଁ ୫୩୨ ଆବେଦନ ରାଜକୋଷକୁ ଆସିଲା ୧୬ କୋଟି !

ମଦ ଦୋକାନ ପାଇଁ ମହାଲଢ଼େଇ ଦେଖିବାକୁ ମିଳିଛି। ଲଟେରି ମାଧ୍ୟମରେ କରାଯାଉଥିବାବେଳେ ପ୍ରଶାସନ, ପୋଲିସ ଏବଂ ଅବକାରୀ ବିଭାଗକୁ ସାରା ଦିନ ଲାଗିଗଲା । ସକାଳୁ ଅପରାହ୍ନ ଯାଏଁ କଡ଼ା ସୁରକ୍ଷାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଚାଲିଥିଲା । ସମ୍ପୂର୍ଣ୍ଣ ଲଟେରିକୁ ସ୍ୱଚ୍ଛ ଏବଂ ନିର୍ବିବାଦୀୟ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଥିଲା।

Read More
ତାଜା ଖବର

ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ, ୨୦ ମୃତ

ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିବାବେଳେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟର ତଳ ରୁମ୍‌ରେ ଅଗ୍ନିକାଣ୍ଡ ହୋଇଛି। ରେଷ୍ଟୁରାଣ୍ଟରେ ନିଆଁ ଲାଗିବା ପରେ ଭୟରେ ଜୀବନ ବଞ୍ଚାଇବା

Read More
ଜାତୀୟତାଜା ଖବର

‘ରୁଦ୍ରମ୍-୨’ର ପରୀକ୍ଷଣ ସଫଳ ଚୀନ୍-ପାକିସ୍ତାନ ଡିଫେନ୍ସ ସିଷ୍ଟମ୍ ଓ ରାଡାରକୁ କରିବ ଧ୍ୱଂସ

ବାୟୁମଣ୍ଡଳରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ‘ରୁଦ୍ରମ୍-୨’ କ୍ଷେପଣାସ୍ତ୍ରର ପରୀକ୍ଷାତ୍ମକ ପରୀକ୍ଷଣ ସଫଳ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ଏବଂ ଭାରତୀୟ ବାୟୁସେନା (ଆଇଏଏଫ୍) ର ମିଳିତ ସହଯୋଗରେ ଚାନ୍ଦିପୁର ଆଇଟିଆର୍‌ରୁ ଏହି ପରୀକ୍ଷଣ କରାଯାଇଥିଲା ।

Read More
ଜାତୀୟତାଜା ଖବର

ଏସଟି, ଏସସି, ଏସିବିସି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ବୈଷୟିକ ଶିକ୍ଷାରେ ବଢ଼ିଲା ସଂରକ୍ଷଣ

ଏସଟି, ଏସସି, ଏସିବିସି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ବୈଷୟିକ ଶିକ୍ଷାରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ । ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ ହେବ।

Read More
ଜାତୀୟତାଜା ଖବରରାଜ୍ୟ

ରଜରେ ଭିଜାଇବ ମୌସୁମୀ

ଖୁବ ଶୀଘ୍ର ଓଡ଼ିଶାରେ ପାଦ ଥାପିବ ମୌସୁମୀ। ରଜ ସୁଦ୍ଧା ମୌସୁମୀ ବର୍ଷାରେ ଭିଜିବେ ରାଜ୍ୟବାସୀ। ସମ୍ଭବତଃ ୧୦ରୁ ୧୪ ତାରିଖ ସୁଦ୍ଧା ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ପୂର୍ବାନୁମାନ ଯଦି ସତ ହୁଏ, ତେବେ ରଜରେ ଜମିବ ମଉଜ । ଗରମ ଓ ଗୁଳୁଗୁଳିକୁ ଭିଜାଇ ଦେବ ମୌସୁମୀ ବର୍ଷା ।

Read More
ତାଜା ଖବରରାଜ୍ୟ

ରାଜ୍ୟର ଉପକୂଳ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ

ରାଜ୍ୟର ଉପକୂଳ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ବେଆଇନ ଅନୁପ୍ରବେଶକୁ ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଜୁନ୍ ୪ ତାରିଖରେ ପୋଲିସ ଭବନରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଆୟୋଜନ ହେବାକୁ ଯାଉଛି।

Read More
ଜାତୀୟତାଜା ଖବରରାଜ୍ୟ

CBSE “ଅନ୍-ସ୍କ୍ରିନ୍ ମାର୍କିଂ” ସିଷ୍ଟମରେ ବ୍ୟାପକ ଅନିୟମିତତା, ବଦଳିଲେ ଅଧ୍ୟକ୍ଷ ଓ ସଚିବ

ସବୁଠି ଅନିୟମିତତା ଚାଲିଥିବାବେଳେ ବିଭ୍ରାଟ ପରେ ବିଭ୍ରାଟ ଦେଖାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସହ ଜଡିତ ସମସ୍ୟାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । CBSE ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବଦଳି କରାଯାଇଛି।

Read More
ଜାତୀୟତାଜା ଖବରରାଜ୍ୟ

ତେଜୁଛି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି ଆନ୍ଦୋଳନରେ ଯୋଗ ଦେବେ ସୋନମ ୱାଙ୍ଗଚୁକ

ଧୀରେ ଧୀରେ ତେଜିବାରେ ଲାଗିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି । ଏନେଇ ଆସନ୍ତା ଜୁନ 6 ତାରିଖରେ କକ୍‌ରୋଚ ଜନତା ପାର୍ଟି (ସିଜେପି) ବଡ଼ ଆନ୍ଦୋଳନ କରିବାକୁଥିବାବେଳେ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ ଏଥିରେ ଯୋଗ ଦେବେ।

Read More