ତାଜା ଖବର

ଜାତୀୟତାଜା ଖବର

“ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିପାର କରାଯାଉଛି। ଏହି ଅନୁପ୍ରବେଶକାରୀ ଏବେ ଓଡ଼ିଶା ମୁହାଁ ହେବା ଆଶଙ୍କା ଥିବାବେଳେ ଏନେଇ ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି। ରାଜ୍ୟର ଉପକୂଳରେ ସୁରକ୍ଷା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି।

Read More
ଜାତୀୟତାଜା ଖବର

ପୁରୀରେ ବ୍ରିକ୍ସ ସମ୍ମିଳନୀ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ: ମୁଖ୍ୟମନ୍ତ୍ରୀ

ପୁରୀରେ ଚାଲିଛି ବ୍ରିକ୍ସ ସମ୍ମିଳନୀ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ ବୋଲି କହିଛନ୍ତି। ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ। ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ କରିବ ।

Read More
ଜାତୀୟତାଜା ଖବରରାଜ୍ୟ

ଭୁବନେଶ୍ୱର-ଜୟପୁରକୁ ହେବ ବିମାନସେବା: ସାଂସଦ ଅପରାଜିତା

ଜୟପୁରବାସୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର  ଭୁବନେଶ୍ୱରରୁ ଜୟପୁରକୁ ଉଡିବ ବିମାନ। ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

Read More
ଜାତୀୟତାଜା ଖବରରାଜ୍ୟ

ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ

ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି ଋତବ୍ରତ ବାନାର୍ଜୀ । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ତୃଣମୂଳ କଂଗ୍ରେସ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥୀନ୍ଦ୍ରନାଥ ବୋଷ୍‌ ବି‌ରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି।

Read More
ତାଜା ଖବର

ଡାକ୍ତରଖାନାରେ ଅଗ୍ନିକାଣ୍ଡ, ଆଇସିୟୁ ୱାର୍ଡରେ ସର୍ଟ ସର୍କିଟ ସନ୍ଦେହ

ଲ୍ଲୀ ରେସ୍ତରାଁରେ ଭୟାବହ ଅଗ୍ନିକାଣ୍ଡର ୨୪ ଘଣ୍ଟା ନପୂରୁଣୁ ବିହାରର ମୁଜାଫରପୁରରେ ସମାନ ସ୍ଥିତି ଉପୁଜିଛି। ସ୍ଥାନୀୟ ପ୍ରସାଦ ହସ୍ପିଟାଲର ଆଇସିୟୁ ୱାର୍ଡରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୩ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ହେଲେ ଅଗ୍ନିକାଣ୍ଡ ଭୟାବହ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

Read More
ଆନ୍ତର୍ଜାତୀୟତାଜା ଖବର

ଯୁଦ୍ଧ ବିରତି ଘୋଷଣା, ଇସ୍ରାଏଲ-ଲେବାନନ୍ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ

ଦୀର୍ଘ ଦିନ ଧରି ଅଶାନ୍ତ ହୋଇ ପଡ଼ିଥିବା ମଧ୍ୟ-ପ୍ରାଚ୍ୟରେ ଏବେ ଶାନ୍ତି ଫେରିବାକୁ ଯାଉଛି। ଇସ୍ରାଏଲ-ଲେବାନନ୍ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ହୋଇଥିବାବେଳେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାରିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଲାଗି ରହିଥିବା ଭୟଙ୍କର ଉତ୍ତେଜନା

Read More
ଜାତୀୟତାଜା ଖବର

କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା ମାନବାଧିକାର କମିଶନଙ୍କୁ ଭେଟିଲା ବିଜେଡି

୪|୬()କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧିମଣ୍ଡଳୀ। ପୋଲିସ ବିରୋଧରେ କାହିଁକି ମାମଲା ରୁଜୁ ହେଉ ନାହିଁ ?ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫ୍ଆଇଆର କୁଆଡେ ଗଲା ପ୍ରତିନିଧି ଦଳ ପ୍ରଶ୍ନ କରିଥିବାବେଳେ ସୁଶାନ୍ତଙ୍କ ପରିବାରକୁ ସରକାରୀ ସହାୟତା ଦିଆଯାଉ ବୋଲି ଦାବି କରିଥିଲେ।

Read More
ଜାତୀୟତାଜା ଖବର

ସୌମ୍ୟ ହତ୍ୟାକାଣ୍ଡ ମାମଲା NHRCର ପ୍ରଶ୍ନବାଣରେ ଅଭିଯୋଗକାରୀ ଯୁବତୀ ଘାଇଲା

ସୌମ୍ୟ ହତ୍ୟାକାଣ୍ଡ ମାମଲାରେ NHRCର ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଅଭିଯୋଗକାରୀ ଯୁବତୀ। ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ NHRC ଟିମ୍ ର ଛାନଭିନ୍ ଚାଲିଛି। NHRC କ୍ୟାମ୍ପ କୋର୍ଟରେ ହାଜର ହେଲେ ଅଭିଯୋଗକାରୀ ଯୁବତୀ, ଆମ୍ବୁଲାନ୍ସ ଡ୍ରାଇଭର I

Read More
ଜାତୀୟତାଜା ଖବରରାଜ୍ୟ

ଶପଥ ନେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଶିବକୁମାର

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡି.କେ ଶିବକୁମାର । ଲୋକଭବନରେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍‌ ୬୪ ବର୍ଷୀୟ ଶିବକୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜ୍ୟ ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ପ୍ରଭାବଶାଳୀ ଦଳିତ ନେତା ଜି ପରମେଶ୍ବର ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ସେ ଶପଥ ଗ୍ରହଣ କରିଛନ୍ତି।

Read More
ଜାତୀୟତାଜା ଖବର

ଏସଆଇଆର କାମରେ ଅବହେଳା, ବିଡିଓ ନିଲମ୍ଵିତ

ମହଙ୍ଗା ପଡ଼ିଲା ଏସଆଇଆର କାମରେ ଅବହେଳା କରିବା। ଏସଆଇଆର କାମରେ ଅବହେଳା ତଥା ପ୍ରଶିକ୍ଷଣ ଶିବିର ଆୟୋଜନ କରିବାରେ ବିଫଳ ପାଇଁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଡିଓ ବନଜା ଦାସଙ୍କୁ ନିଲମ୍ବିତ କରାଯାଇଛି। ବଡ଼ସାହିର ବିଡିଓ ତଥା ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ବନଜା ଦାସ ଦାୟିତ୍ଵରେ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି ପାଇଁ ନିଲମ୍ବନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ।

Read More