ଜାତୀୟତାଜା ଖବର

ଚାଷୀ ଆତ୍ମହତ୍ୟା ଘଟଣା: ପରିବାରକୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ନୂଆପଡ଼ା: କୋମନା ଥାନା ଜଡ଼ାମୁଣ୍ଡା ଗାଁର ଚାଷୀ ନେପାଲ ମାଝୀ ଆତ୍ମହତ୍ୟା ଘଟଣାରେ ଗୁରୁବାର ରାଜ୍ୟ ବିଜେଡିର ଏକ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ମୃତ ନେପାଲ ମାଝୀଙ୍କ ପରିବାର ସହ ଆଲୋଚନା କରିଛନ୍ତି ପ୍ରତିନିଧି ଦଳ। ଏହାସହ ଦଳ ଜଡାମୁଣ୍ଡା ମଣ୍ଡି ପରିଦର୍ଶନ କରିଛି। ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମରେ ଏହି ପ୍ରତିନିଧି ଦଲରେ ବିଜେଡି ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ବରେ ଖଡିଆଳ ବିଧାୟକ ଅଧୀରାଜ ପିଣିଗ୍ରାହୀ, ପୂବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲାପରିଷଦ ସଭାପତି ଡଲି ମାଝୀ, ଉପସଭାପତି ଦୀପିକା ଦୀପ୍ ହେମନ୍ତ କର, କାତ୍ତିକ ଦୀପ୍ ,ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ପୂବତନ ଜିଲ୍ଲା ସଭାପତି ମନୋଜ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ମୁରଲୀଧର ଭୋଇ, ଚୂରନ ସିଂ ମାଝୀ, ହରିଶ୍ଚନ୍ଦ୍ର ପଣ୍ଡା, ଟିଙ୍କୁ ପଣ୍ଡା ସହ ବିଜେଡି ନେତାମାନେ ଉପସ୍ଥିତ ରହିଥିଲେ। ପରେ ଏହି ପ୍ରତିନିଧି ଦଳ ଜିଲ୍ଲାପାଳ ସହ ଆଲୋଚନା କରିଛନ୍ତି। ପ୍ରକାଶ ଯେ ଜୁନ ୨୨ ତାରିଖ ଦିନ ଜଡାମୁଣ୍ଡା ଚାଷୀ ନେପାଲ ମାଝୀ ବିଷ ପିଇ ଆତ୍ମହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *