ଜାତୀୟତାଜା ଖବର

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଡିଜିପି ଅଫିସ ଘେରିଲା ଓଡ଼ିଶା ଜନତା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି। ଏ ନେଇ ପୋଲିସ ଡିଜି ଅଫିସ ଘେରିଛି ଓଡ଼ିଶା ଜନତା କଂଗ୍ରେସ । ନେତାଜୀ ମ୍ୟୁଜିୟମ୍‌ ଗେଟ ନିକଟରୁ ଏକ ବିଶାଳ ରାଲି ବାହାରି ଡିଜିପି ଅଫିସ ସମ୍ମୁଖରେ ପହଞ୍ଚିଥିଲା । ଦଳ ପକ୍ଷରୁ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଦଳର ସଭାପତି ମହମ୍ମଦ ମୋକିମ ପ୍ରତିବାଦ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଯଦି ଆଗାମୀ ଦିନରେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ପ୍ରତ୍ୟେକ ଥାନା ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *