ଜାତୀୟତାଜା ଖବର

ସୌମ୍ୟ ହତ୍ୟାକାଣ୍ଡ ମାମଲା NHRCର ପ୍ରଶ୍ନବାଣରେ ଅଭିଯୋଗକାରୀ ଯୁବତୀ ଘାଇଲା

ଭୁବନେଶ୍ବର : ସୌମ୍ୟ ହତ୍ୟାକାଣ୍ଡ ମାମଲାରେ NHRCର ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଅଭିଯୋଗକାରୀ ଯୁବତୀ। ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ NHRC ଟିମ୍ ର ଛାନଭିନ୍ ଚାଲିଛି। NHRC କ୍ୟାମ୍ପ କୋର୍ଟରେ ହାଜର ହେଲେ ଅଭିଯୋଗକାରୀ ଯୁବତୀ, ଆମ୍ବୁଲାନ୍ସ ଡ୍ରାଇଭର I ଏଥିସହିତ ସୌମ୍ୟଙ୍କ ଶବ ବ୍ୟବଛେଦ କରିଥିବା କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଏଲ୍ .ଡି ବେହେରା ମଧ୍ୟ ହାଜର ହୋଇଛନ୍ତି । ଏହାଛଡ଼ା ବାଲିଅନ୍ତାର ତତ୍କାଳୀନ ପୁଲିସ ଅଧିକାରୀ ଅନୀଲ ପରିଡ଼ା ଏବଂ ଜଣେ କନେଷ୍ଟବଳ ମଧ୍ୟ ହାଜର ହୋଇଛନ୍ତି । ସେଦିନ ଘଟଣାସ୍ଥଳରେ କ’ଣ ଘଟିଥିଲା ସେନେଇ ଏମାନଙ୍କୁ ପଚରାଉଚରା କରୁଛି ଟିମ୍ । ଘଟଣା ଦିନ ଘଟଣାସ୍ଥଳକୁ ଯାଇଥିବା ଅଡ଼ଶପୁର CHCର ଆମ୍ବୁଲାନ୍ସ ଡ୍ରାଇଭର ସୁଜ୍ଞାନ ମଲ୍ଲିକଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ଗୋଟିଏ ଦିନରେ ୪ ସ୍ଥାନରେ ଛାନଭିନ କରିଥିଲେ NHRC ଟିମ୍ । ପ୍ରଥମେ ବଲିଅନ୍ତା କ୍ରାଇମସ୍ପଟ, ଏହା ପରେ ଅଡଶପୁର ସ୍ଥିତ ଜିମ୍ ସେଣ୍ଟର, ସୌମ୍ୟଙ୍କ ଗାଁ ମଉଜପୁରକୁ ଯାଇ ତଦନ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *