ଜାତୀୟତାଜା ଖବର

୫ଜଣ କୁଖ୍ୟାତ ଡକାୟତ ଗିରଫ

ରାଉରକେଲା : ବଡ଼ ଧରଣର ଡକାୟତ ଯୋଜନା ପଣ୍ଡ। ରାଉରକେଲା ସେକ୍ଟର ୩ ଥାନା ପୋଲିସ ଚଢ଼ଉ କରି ୫ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ ରାତ୍ରୀ ପାଟ୍ରୋଲିଂ କରୁଥିବା ସମୟରେ ସେକ୍ଟର ୨ ଡିଶୁଜା ସ୍କୁଲ ପଛ ପଟ ଅନ୍ଧାରୁଆ ଜାଗାରେ ରୁଣ୍ଡ ହୋଇ ଯୋଜନା କରୁଥିବାବେଳେ ୫ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ବିପୁଳ ପରିମାଣର ମାରଣା ଅସ୍ତ୍ର ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଲିଲ୍ ଖାନ୍ (୩୮),  ତା ନାମରେ ବିଭିନ୍ନ ଥାନାରେ ଅଛି ୧୧ଟି ଅପରାଧିକ ମାମଲା। ଶକିହି ଅବୁ ନାଇମି (୪୦), କୋଏଲ ନଗର, ସି/୯୨ ନାମରେ ଅଛି ୨ଟି ଅପରାଧିକ ମାମଲା ଥିବାବେଳେ ସନ୍ତୋଷ ବିଶୋଇ (୪୦), ରିଶି (୨୨) ଆଖଣ୍ଡଳମଣି ବସ୍ତି,ରାଉରକେଲା ବିଭିନ୍ନ ଥାନାରେ ରହିଛି ୧୭ ଟି ଅପରାଧିକ ମାମଲା,ରାକେଶ କୁମ୍ଭାର (୩୫), ବରପାଲି,ନାମରେ ରହିଛି ୨ ଅପରାଧିକ ମାମଲା। ଜଗବନ୍ଧୁ ପଣ୍ଡା (୨୬), ଓରଫ ସୁନିଲ, ଝାଡ଼ଖଣ୍ଡ ମାର୍କେଟ ବସ୍ତି,ନାମରେ ରହିଛି ୨ଟି ଅପରାଧିକ ମାମଲା।ଏମାନେ ପେଟ୍ରୋଲ ପମ୍ପ,ଦୋକାନ , ଘରୁ ଡକାୟତି କରିବାକୁ ଯୋଜନା କରୁଥିବା ପୋଲିସ ସୂଚନା ଦେଇଛି। ସେମାନଙ୍କ ଠାରୁ ଖଣ୍ଡା,ତାର କଟା ମେସିନ୍, ଛୁରୀ, ଲୁହା ରଡ, କତା, ହାତୁଡ଼ି, ସ୍କ୍ରୁ ଡ୍ରାଇଭର, ମୁଖା, ଲଙ୍କା ଗୁଣ୍ଡ ଭଳି ମାରଣା ଅସ୍ତ୍ର ଜବତ କରିଛି। ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *