ଜାତୀୟତାଜା ଖବର

ଅବୈଧ ଫ୍ଲାଏ ଆସ୍ ଡମିଂ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଡ଼ା ପଦକ୍ଷେପ ୫ ଶିଳ୍ପ ସଂସ୍ଥାକୁ ୩୦୫ କୋଟି ଟଙ୍କାର ତଣ୍ଡ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ସାରା ଅନଧିକୃତ ପାଉଁଶ ପରିବହନ ଓ ଡମ୍ଫର ବାରମ୍ବାର ଅଭିଯୋଗ ଆସିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେ ଏବଂ ଜୁନ୍ ମଧ୍ୟରେ କରାଯାଇଥିବା ଯାଞ୍ଚ ରିପୋର୍ଟଗୁଡ଼ିକରେ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ସମ୍ପୃକ୍ତ ଠିକାଦାର ମାନେ ପାଉଁଶ ଡମ୍ଫରେ ବଡ଼ ଧରଣର ନିୟମ ଉଲଂଘନ କରିଥିବା ପ୍ରକାଶ କରାଯାଇଛି। ଏହିକ୍ରମରେ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ୫ଟି ବଡ଼ ଶିଳ୍ପସଂସ୍ଥା ଅଥବା ପାଉଁଶ ପରିବହନ ସଂସ୍ଥାକୁ ବୋର୍ଡ ପକ୍ଷରୁ ନୋଟିସ ଜାରି କରିବା ସହ ମୋଟା ଅଙ୍କର ଜୋରିମାନା ଲାଗୁ କରାଯାଇଛି। ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍ ଗୁରୁତର ପରିବେଶ ନିୟମ ଉଲ୍ଲଂଘନ ଅଭିଯୋଗରେ ପରିବେଶ ନିଯନ୍ତ୍ରଣ ବୋର୍ଡ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଯାଞ୍ଚ ବେଳେ ସିଟିଓ ସର୍ଭାବଳୀର ନିୟମ ଉଲ୍ଲଂଘନ ବିଷୟ ଦର୍ଶାଯାଇଛି।ଏସପିସିବି ପୂର୍ବରୁ ଏହି ସଂସ୍ଥାକୁ ୧୯୯.୯୮ କୋଟି ଟଙ୍କାର ପରିବେଶଗତ କ୍ଷତିପୂରଣ ବାବଦକୁ ଜୋରିମାନା ଲଗାଇଥିବା ବେଳେ ଏହି ସଂସ୍ଥା କିଛି ଦିନ ପାଇଁ ବନ୍ଦ ହୋଇଯାଇଥିଲା। ସଦ୍ୟ ତଦାରଖରେ କମ୍ପାନୀର ପାଉଁଶ ଏଣେତେଣେ ପଡ଼ୁ ଥିବା ହେତୁ ଏକ ଚେତାବନୀ ମୂଳକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଅନୁରୂପ ଭାବେ ମାନେଶ୍ବର ବ୍ଲକର ଗୁଡ଼େସିଙ୍ଘା ନିକଟରେ ଓପିଜିସି ୬୦୭୧ ମେଟ୍ରିକ୍ ଟନ୍‌ ପ୍ଲାଏ ଆଶ୍ ଅବୈଧ ଡମ୍ପିଂ କରିଥିବ। ଏସପିସିବି ଅଧିକାରୀମାନେ ଚିହ୍ନଟ କରିଥିଲେ। ରାତି ସମୟରେ ଯାନଗୁଡ଼ିକ ପାଉଁଶ ଅନଲୋଡ୍ କରୁଥିବାର ଦେଖାଯାଇଥିଲା। ଏହି କାରଣରୁ କମ୍ପାନୀକୁ ୬୦ ୭୧ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ଯାହାକି ପରିବେଶଗତ କ୍ଷତିପୂରଣ ବାବଦରେ ଉପ‌ଯୋଗ କରାଯିବ ବୋଲି କୁହାଯାଇଛି । ସେହିପରି ଧମା କଲେଜ ନିକଟ ପାଟପାଲି ଗ୍ରାମ ନିକଟରେ ବେଆଇନ ଭାବରେ ପ୍ଲାଏ ଆସ୍ ପକାଯାଇଥିବାର ଦେଖାଯାଇଥିଲା। ଝାରସୁଗୁଡ଼ାର ଏକ ବୃହତ୍ତର ସଂସ୍ଥା ଅଧୀନରେ ଓମ୍ କନଷ୍ଟ୍ରକ୍ସନ ଦ୍ବାରା ପରିଚାଳିତ ଗାଡି ବୈଧ ସମ୍ମତି ବିନା ଏକ ଇଟା ୟୁନିଟ୍ ପାଇଁ ଉଦ୍ଦିଷ୍ଟ ପାଉଁଶକୁ ରାସ୍ତାକଡ଼ରେ ପକାଇ ଦେଇଥିଲା। ଏସପିସିସି ୭୨୮ ମେଟ୍ରିକ୍ ଟନ୍‌ ପ୍ଲାଏ ଆଶ୍ ଡ଼ମ୍ପିଂ କରାଯାଇଥିବା ଆକଳନ କରିଛି। ଯାହା ଉପରେ ୭୨୮ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ସେହିପରି ମାନେଶ୍ବର ବ୍ଲକର ଦେଓଗାଁରେ ଥ‌ିବା ପ୍ରିମିୟର ଗ୍ରୀନ୍ ଇନୋଭେସନ୍ସ ପ୍ରାଇଭେଟ୍ କମ୍ପାନୀ ୩୬୪୨ ମେଟ୍ରିକ୍ ଟନ୍‌ ଫ୍ଲାଏ ଆଶ୍ ଅବୈଧ ଭାବରେ ନିଷ୍କାସନ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଯାହାକି ସରପଞ୍ଚଙ୍କ ଦ୍ବାରା ଅଭିଯୋଗ କରାଯାଇଥିଲା। ୩୬.୪୨ ଲକ୍ଷ ଟଙ୍କାର କ୍ଷତିପୂରଣ ଗଣନା କରାଯାଇଛି। କ୍ୟାପ୍ଟିଭ୍ ପାୱାର ସୁବିଧା ସହିତ ଏକ ଇଥାନଲ୍ ପ୍ଲାଣ୍ଟ, ଏହି ୟୁନିଟ୍, ନିଷ୍କାସନ ପାଇଁ ବୈଧ ଅନୁମତି ନଥିବା ଦର୍ଶାଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ସାହାଜିବାହାଲରେ ଥ‌ିବା ଜେଏସଡବ୍ଧ ଏନର୍ଜି (ଉତ୍କଳ) ଲିମିଟେଡ ଧନକଉଡା ବ୍ଲକର ସାଗୁନପାଲି ଗ୍ରାମରେ ୨୪,୨୮୨ ମେଟ୍ରିକ୍ ଟନ୍‌ ଫ୍ଲାଏ ଆଶ୍ ର ବିପୁଳ ଡମ୍ଫ କରିଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ଜାଣିବାକୁ ପାଇଥିଲେ। ଏହାକୁ ନେଇ କମ୍ପାନୀ ବିରୋଧରେ ଆନୁମାନିକ ୨.୪୨ କୋଟି ଟଙ୍କାର ଜୋରିମାନା ଲଗାଯାଇଛି।

ଶିଳ୍ପ ସଂସ୍ଥା ମାନଙ୍କର ପରିବହନ ଠିକାଦାର ମାନେ ମନଇଚ୍ଛା ପାଉଁଶ ଗଦା କରୁଥିବା ହେତୁ କୃଷି ଜମି, ରାସ୍ତାପାର୍ଶ୍ଵ ପ୍ଲଟ୍ ଏବଂ ଜଳାଶୟ ନିକଟରେ ନିଷ୍କାସନ, ମହାନଦୀ ପ୍ରଣାଳୀକୁ ପ୍ରଦୂଷଣ କରିବାର ବିପଦ ସୃଷ୍ଟି କରୁଛି । ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ରାତି ପାଟ୍ରୋଲିଂ ପାଇଁ ପୋଲିସ କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରନ୍ତୁ ବୋଲି ବୋର୍ଡ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷମାନଙ୍କୁ ପ୍ରଦତ୍ତ ନୋଟିସରେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *