ଜାତୀୟତାଜା ଖବର

ଅବତରଣବେଳେ INSର ଏଏନ-୩୨ ଜଳିଗଲା, ୫ ଯବାନ ସହିଦ

ନୂଆଦିଲ୍ଲୀ : ଆସାମରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ୫ ଜଣ ଯବାନ ସହିଦ ହୋଇଛନ୍ତି । ତେବେ କୋ-ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ସହିଦ ୫ ଯୋଦ୍ଧା ହେଲେ ସ୍କ୍ୱାଡନ ଲିଡର ପ୍ରଶାନ୍ତ ସିଂହ, ପ୍ଲାଇଟ୍ ଲେପ୍ଟନାଣ୍ଟ ଶୁଭମ କୁମାର, ସାର୍ଜଣ୍ଟ ଜିତେନ୍ଦ୍ର ଶର୍ମା, ଅଗ୍ନିବୀର ଭାୟୁ ଖେମାରାମ କୁମାୱତ ଏବଂ ଅଗ୍ନିବୀର ଭାୟୁ ଦାନିଶ ଆଲମ। ଆସାମର ଜୋରହାଟ ଏୟାରବେସରେ ଅବତରଣ ହେଳେ କ୍ରାସ୍ ହୋଇଥିଲା ଏଏନ-୩୨ ଏୟାରକ୍ରାଫ୍ଟ ବିମାନ। ଲ୍ୟାଣ୍ଡିଂ ବେଳେ ନିଆଁ ଲାଗି ଯାଇଥିବାବେଳେ କେଉଁ କାରଣରୁ ଅଘଟଣ ହୋଇଛି ସେନେଇ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛି ବାୟୁସେନା । ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭାରତମାତାର ସେବା କରି ବଳିଦାନ ନେଇଛନ୍ତି ବାୟୁସେନା ଅଧିକାରୀ । ସେମାନଙ୍କ ସାହସ ଏବଂ ଦେଶ ପ୍ରତି ସେବାକୁ ସର୍ବଦା ଗର୍ବ ଏବଂ କୃତଜ୍ଞତାର ସହିତ ମନେ ରଖାଯିବ । ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି ଦୁଃଖର ମୁହୂର୍ତ୍ତରେ ଦେଶ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଥିବା ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଭାରତୀୟ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୋ-ପାଇଲଟ୍ ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଦୁର୍ଘଟଣା ପରେ, ଭାରତୀୟ ବାୟୁସେନା ଦୁର୍ଘଟଣାର କାରଣ ପାଇଁ ଏକ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି ।

Leave a Reply

Your email address will not be published. Required fields are marked *