ରାଜ୍ୟ

ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ ସନ୍ଦେହ

ମାଥିଲି, ୨୩|୫(ସପ୍ର) : ପାଟ୍ରୋଲିଂ ବେଳେ ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଏହା ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ବନ ବିଭାଗର ପାରା କର୍ମଚାରୀ ଗୌରାଙ୍ଗ ପୂଜାରୀ। ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳର ବନ କର୍ମଚାରୀ ଗୌରାଙ୍ଗ ପୂଜାରୀ ସବୁଦିନ ଭଳି ପାଟ୍ରୋଲିଂ କରିବାକୁ ଯାଉଥିଲେ। ପାଟ୍ରୋଲିଂ କଲାବେଳେ ରାସ୍ତାରେ ଅଚେତ ହୋଇ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମାଥିଲି ପରେ ମାଲକାନଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୌରାଙ୍ଗଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଏହା ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ପରିବାରକୁ ସହାୟତା ଦେବା ପାଇଁ ଦାବି କରାଯାଉଛି।

Leave a Reply

Your email address will not be published. Required fields are marked *