ତାଜା ଖବରରାଜ୍ୟ

ପାଣି ପାଇଁ ୧୮ କିମି ପଦଯାତ୍ରା ଗରା, ହାଣ୍ଡି ଧରି ବିଡିଓ ଅଫିସ୍‌ ଘେରିଲେ ଲୋକେ

ବଲାଙ୍ଗୀର, ୨୫|୫: ସାମାନ୍ୟ ପାଣି ମୁନ୍ଦାଏ ପାଇଁ ୧୮ କିମି ଚାଲିଲେ ଗ୍ରାମବାସୀ। ଗରା, ହାଣ୍ଡି ଧରି ଶହ ଶହ ମହିଳା ପୁରୁଷ ପାଦରେ ଚାଲି ଚାଲି ଆସି ଅଭିନବ ପ୍ରତିବାଦ କରିଛନ୍ତି। ବିଡିଓଙ୍କ ଅଫିସ ଘେରାଉ କରି ଦାବି ଜଣାଇଛନ୍ତି ଗ୍ରାମବାସୀ। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ଯୁବା ପଞ୍ଚାୟତ ନାଗଫେନା ଗାଁରେ ଦେଖା ଦେଇଛି ଜଳ ସଙ୍କଟ। ଗାଁରେ ଏକ ମାତ୍ର ସୂର୍ଯ୍ୟ ଚାଳିତ ପମ୍ପ ଥିବାବେଳେ ତାହା ମଧ୍ୟ ଅଚଳ ହୋଇଯାଇଛି। ଜିଲ୍ଲାରେ ୪୫ ଡିଗ୍ରୀ ତାପମାତ୍ରା ଥିବାବେଳେ ପାଣି ସଙ୍କଟ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି। ଯାହକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗାଁରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ଏକ ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯାଉଥିବାବେଳେ ଦୀର୍ଘ ବର୍ଷ ହେବ କାମ ଆରମ୍ଭ କରି ଠିକାଦାର କାମରେ ବିଳମ୍ବ କରୁଥିବାରୁ ଗ୍ରାମରେ ଦେଖା ଦେଇଛି ଜଳ ସଙ୍କଟ। ଗ୍ରାମର ମହିଳାମାନେ ଦୁଇ କିଲୋମିଟର ଦୂରରେ ଥିବା ପଡ଼ୋଶୀ ଗାଁରୁ ପାଣି ପାଇଁ ଯାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ବିଷୟରେ ବାରମ୍ୱାର ପ୍ରଶାସନକୁ ଗୁହାରି ଓ ଅଭିଯୋଗ କରିଥିଲେ ସୁଦ୍ଧା କେହି ନ ଶୁଣିବାରୁ ଗ୍ରାମର ମହିଳା ଓ ସାମାଜିକ କର୍ମୀମାନେ ଆଜି ଅଠର କିଲୋମିଟର ପାଦରେ ଚାଲି ଚାଲି ବେଲପଡ଼ା ବିଡିଓ ଅଫିସକୁ ଯାଇ ଅଭିନବ ଭାବେ ମାଠିଆ ଗରା ଧରି ପ୍ରତିବାଦ କରି ନିଜର ସମସ୍ୟା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *