ରଥଖଳାରେ ଚାଲିଛି ଚଉଦନାହାକା କାର୍ଯ୍ୟ
ପୁରୀ,୨୪|୫: ଶ୍ରୀକ୍ଷେତ୍ରରେ ରଥଖଳା ଚଳଚଞ୍ଚଳ ହୋଇଥିବାବେଳେ ଚଉଦନାହାକା କାର୍ଯ୍ୟ ଚାଲିଛି। ବିଶ୍ୱକର୍ମାମାନେ ଏହି ଚଉଦ କାଠକୁ ପ୍ରସ୍ତୁତ କରୁଛନ୍ତି । ଦଣ୍ଡା ଉପରେ ଖଦିଓରା ପଡ଼ିବ । ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ ସ୍ଥାପନ କରାଯିବ । ଚାରିନାହାକା ଓ ଛଅ କାଠକୁ ଦୃଷ୍ଟିଦେଇ ରଥରେ ବୁଲିବ ଚଉଦନାହାକା । ଏହାପରେ ପ୍ରଥମ ଭୂଇଁ ଟୁଙ୍ଗୁରା ହେବ । ତିନି ରଥର ୧୨ଟି କରି ମୋଟ ୩୬ଟି ଚଉତା କାଠ । ଚକ ଓ ଅଖ ସଂଯୁକ୍ତ ହୋଇ ରଥର ମୂଳଦୁଆ ପ୍ରସ୍ତୁତ ହେବ । ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା ଉପରେ ଚାରି ନାହାକା ଉଠିବ । ପରେ ଚଉଦନାହାକା ବୁଲିବ । କୋଣଗୁଜରେ ଅଳଙ୍କରଣ କାର୍ଯ୍ୟ ଜାରି ରହିଛି । ମୁଖ୍ୟ କରତି ସେବକ ରଣଜିତ ମହାରଣାଙ୍କ ତତ୍ତ୍ୱାବଧାନରେ ଗୟଳ କାମ ଚାଲିଛି ।

