ମନଇଛା ବଦଳି ଉପରେ ରୋକ୍ : ୬ବର୍ଷ ରହିପାରିବେନି ଗ୍ରୁପ ସି ଅଫିସର, ସଚିବାଳୟରେ ରହିପାରିବେନି ୩ ବର୍ଷ
ଭୁବନେଶ୍ବର, ୨୩|୫: ଏଣିକି ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ। ଏ ସମ୍ପର୍କରେ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ହେବ ବଦଳି ପ୍ରକିୟା କରାଯିବ। ସଚିବାଳୟ ଓ କୌଣସି ନିର୍ଦ୍ଦେଶାଳୟରେ ୩ବର୍ଷ ରହିପାରିବେନି ଅଫିସର ବୋଲି କଡ଼ା ନିର୍ଦ୍ଦେଶ ରହିଛି। ସେହିପରି ବ୍ଲକ କିମ୍ବା ତହସିଲରେ ୬ବର୍ଷ ରହିପାରିବେନି ଗ୍ରୁପ ସି ଅଫିସର। ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ ଥିଲେ ନିଜ ଜିଲ୍ଲାକୁ ବଦଳି ମନା ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି । କେବଳ ନିୟମ ଆଧାରରେ ବଦଳି କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏଥର ବଦଳି ଅର୍ଡରରେ ହିଁ ରିଲିଭ ଓ ଜଏନିଙ୍ଗ୍ ସମୟ ସୀମା ରହିବ ବୋଲି କୁହାଯାଇଛି। ଏହି ପ୍ରକିୟାରେ ସ୍ଵଚ୍ଛତା ରଖିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ ।

