ଧର୍ମ

ପ୍ରବାସୀ ଓଡ଼ିଆ ପାଳିଲେ ରଥଯାତ୍ରା

ମୁମ୍ବାଇ, ୧୭|୭: ମୁମ୍ବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଅତ୍ୟନ୍ତ ଉତ୍ସାହ ଏବଂ ଭକ୍ତିର ସହିତ ରଥଯାତ୍ରା ପାଳନ କରିଛନ୍ତି। ମୁମ୍ବାଇର ନାଇଗାଓଁ(ପୂର୍ବ)ରେ ଥିବା ବିଭିନ୍ନ ଓଡ଼ିଆ ପରିବାର ପକ୍ଷରୁ ଭବ୍ୟ ରଥଯାତ୍ରା ଆୟୋଜନ କରାଯାଇଛି। ଜଗନ୍ନାଥ ସେବା ସଂସ୍ଥା ପକ୍ଷରୁ ଆୟୋଜିତ ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ସକାଳେ ୩ ଠାକୁରଙ୍କୁ ପୂର୍ଜାର୍ଚ୍ଚନା ପରେ ପହଣ୍ଡି ବିଜେ କରି ରଥାରୁଢ କରାଯାଇଥିଲା। ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ପରେ ଭକ୍ତମାନେ ମିଳିମିଳି ରଥ ଟାଣିଥିଲେ। ଏହି ଅବସରରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିବାବେଳେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *