ଗୁଜରାଟ ଉପକୂଳରୁ ୧୦୦୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର କୋକେନ୍ ଜବତ
ଭାରତୀୟ ତଟରକ୍ଷୀ ବାହିନୀ ଓ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ୍) ମୁନ୍ଦ୍ରା ଉପକୂଳରେ ଏକ ମିଳିତ ଅଭିଯାନ ସମୟରେ ପ୍ରାୟ ୧୧୫୦ କୋଟି ଟଙ୍କାର ୧୧୫ କିଲୋଗ୍ରାମ ଓଜନର କୋକେନ୍ ଜବତ କରିଥିବା ଅଧିକାରୀ କହିଛନ୍ତି।
Read Moreଭାରତୀୟ ତଟରକ୍ଷୀ ବାହିନୀ ଓ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ୍) ମୁନ୍ଦ୍ରା ଉପକୂଳରେ ଏକ ମିଳିତ ଅଭିଯାନ ସମୟରେ ପ୍ରାୟ ୧୧୫୦ କୋଟି ଟଙ୍କାର ୧୧୫ କିଲୋଗ୍ରାମ ଓଜନର କୋକେନ୍ ଜବତ କରିଥିବା ଅଧିକାରୀ କହିଛନ୍ତି।
Read Moreଜଗତସିଂହପୁର ଜିଲ୍ଲା ପାରାଦୀପ ଗସ୍ତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ୬୫ ହଜାର କୋଟି ଟଙ୍କାର ନିବେଶରେ ଜେଏସଡବ୍ଲୁ କାରଖାନା କରିବ। ଏହାର ଉତ୍ପାଦନ କ୍ଷମତା ୧୩.୨ ମେଗାଟନ୍ ଥିବାବେଳେ ହଜାର ହଜାର ରୋଜଗାର ସୁଯୋଗ ସୃଷ୍ଟି କରିବା ସହ ସହଯୋଗୀ ଶିଳ୍ପକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।
Read Moreଅତ୍ୟାଧୁନିକ ଟେକ୍ନୋଲୋଜିରେ ଚୀନ୍ ସବୁବେଳେ ଆଗରେ। ଏବେ ଚୀନ୍ ତାର ରେଳବାଇ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ଯୋଡ଼ିବାକୁ ଯାଉଛି। ଏହା ବିଶ୍ୱର ସବୁଠାରୁ ଲମ୍ବା ପାଣି ତଳେ ରେଳ ସୁଡ଼ଙ୍ଗ ନିର୍ମାଣ କରୁଛି।
Read Moreଏୟାର ଇଣ୍ଡିଆ ବିମାନ ଜରୁରୀ ଅବତରଣ । ୨୩୦ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟ ଆକାଶରେ ରହିବା ପରେ ପୁଣି ଦିଲ୍ଲୀ ବିମାନବନ୍ଦରକୁ ଫେରିଆସିଛି।
Read Moreକେରଳମ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ପିନାରାଇ ବିଜୟନ୍ଙ୍କ ଘରେ ଇଡି ରେଡ୍ ହୋଇଛି। ତାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢଉ ହୋଇଥିବା ସୂଚନା ମିଳିଛି। କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ ମାମଲାରେ ରେଡ୍ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଆଜି ଭୋର୍ ସମୟରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ମନି ଲଣ୍ଡରିଂ ମାମଲାକୁ ନେଇ ଚଢାଉ କରାଯାଇଥିଲା।
Read Moreସବୁବେଳେ ଆମେରିକାର ଚାଟୁକାରୀ କରି ଆସୁଥିବା ପାକିସ୍ତାନ ଏବେ କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥା ମାନିବନି ବୋଲି ସଫା ସଫା କହିଦେଇଛି। ଟ୍ରମ୍ପ୍ ପାକିସ୍ତାନ ସମେତ ପାଞ୍ଚଟି ଦେଶକୁ ଆବ୍ରାହମ ଚୁକ୍ତିନାମାରେ ସ୍ୱାକ୍ଷର କରିବାକୁ ଦାବି କରିଥିଲେ।
Read Moreଆଫ୍ରିକୀୟ ଦେଶଗୁଡ଼ିକରେ ବ୍ୟାପୁଥିବା ମାରାତ୍ମକ ‘ଇବୋଲା’ ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ଚିନ୍ତା ମଧ୍ୟରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇବୋଲା ସଂକ୍ରମିତ ଅଞ୍ଚଳ ଉଗାଣ୍ଡାରୁ ବେଙ୍ଗାଲୁରୁ ଫେରିବା ପରେ ହସ୍ପିଟାଲର ଆଇସୋଲେସନରେ ରଖାଯାଇଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ‘ନେଗେଟିଭ୍’ ଆସିଛି।
Read Moreସୀମା ଆରପଟୁ ଡ୍ରୋନ୍ର ବିପଦ ନିରନ୍ତର ବଢୁଥିବା ବେଳେ ଭାରତର ସୁରକ୍ଷାରେ ଏବେ ଏଆଇ ଆଣ୍ଟି-ଡ୍ରୋନ୍ କବଚ।ଭାରତ ଏଭଳି ଏକ ସ୍ୱଦେଶୀ ଅସ୍ତ୍ର ଆଣିଛି, ଯାହା ଶତ୍ରୁର ଡ୍ରୋନ୍କୁ ଆକାଶରେ ଚିହ୍ନଟ କରି ନଷ୍ଟ କରିଦେବ । ଜେନ୍ ଟେକ୍ନୋଲୋଜିସ୍ର ଏଆଇ ଆଧାରିତ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ । ଏହା ଏକସଙ୍ଗେ ଅନେକ ଡ୍ରୋନ୍କୁ ଟ୍ରାକ୍ କରି ନିଷ୍କ୍ରିୟ କରିବାରେ ସକ୍ଷମ ।
Read Moreଇରାନ ଦ୍ବାରା ଅଟକ ରହିଥିବା ୧୦ ଭାରତୀୟ ନାବିକଙ୍କୁ ମୁକ୍ତ କରାଯାଇଛି। ଏଏଫପି ଅନୁଯାୟୀ, ଭାରତର ଜାହାଜ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ, ୨୦୨୫ ଜୁଲାଇରେ ଇରାନରେ ଅଟକ ଥିବା ଦଶ ଜଣ ଭାରତୀୟ ନାବିକଙ୍କୁ ନିରନ୍ତର କୂଟନୈତିକ ସମ୍ପର୍କ ପରେ ମୁକ୍ତ କରାଯାଇଛି।
Read Moreଏସଆଇଆରକୁ ବୈଧ କହିଛନ୍ତି ସୁପ୍ରିମକୋର୍ଟ। ଭାରତୀୟ ନିର୍ବାଚନ କମିଶନର ସେହି ନିଷ୍ପତ୍ତିକୁ ବଜାୟ ରଖିଛନ୍ତି, ଯାହା ଅଧୀନରେ ବିହାରରେ ଭୋଟର ତାଲିକାର ଏସଆଇଆର ଆରମ୍ଭ କରାଯାଇଥିଲା। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ରାୟ ଦେଇଛନ୍ତି ଯେ, ଏସଆଇଆର ପ୍ରକ୍ରିୟାକୁ କେବଳ ଭୋଟର ତାଲିକାର ସାଧାରଣ ସଂଶୋଧନ ପ୍ରକ୍ରିୟାଠାରୁ ଭିନ୍ନ ହୋଇଥିବାରୁ ଏହାକୁ ବେଆଇନ ବୋଲି କୁହାଯାଇପାରିବ ନାହିଁ।
Read More