ଜାତୀୟତାଜା ଖବର

ଆତଙ୍କ ଖେଳାଇଲେ ହାଇୱେ ଲୁଟେରା ମାଛ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇଲେ ହାଇୱେ ଲୁଟେରା। ବିଳମ୍ବିତ ରାତିରେ ଯାଆଁଳା ଜାତୀୟ ରାଜପଥରେ ମାଛ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ସେମାନଙ୍କଠୁ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ସହ ସ୍କୁଟି ଲୁଟିନେଲେ। ଲୁଟପାଟ୍ ପରେ ତିନିଜଣ ଲୁଟେରା ଫେରାର ହୋଇଯାଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ବ୍ୟବସାୟୀଙ୍କୁ ଯାଆଁଳା ଫାଣ୍ଡି ପୋଲିସ ଉଦ୍ଧାର କରିଛି। ଦୁଇ ବ୍ୟବସାୟୀ ହେଲେ କଟକ ଜିଲ୍ଲା ବାଙ୍କୀ ଥାନା ତାଳବସ୍ତର ବିପିନ ମଲ୍ଲିକ ଓ ଟୁନା ମଲ୍ଲିକ। ଚିକିତ୍ସା ପରେ ଟୁନା ମଲ୍ଲିକ ଇନ୍ଫୋଭ୍ୟାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟେରାଙ୍କୁ ଧରିବାକୁ ଇନ୍ଫୋଭ୍ୟାଲି ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।

Leave a Reply

Your email address will not be published. Required fields are marked *