ଜି-୭ ସମ୍ମିଳନୀରେ ମୋଦିଙ୍କୁ କହିଲେ ମେଲୋନି ‘ଇନଷ୍ଟାଗ୍ରାମ୍ରେ ଆମେ ପ୍ରସିଦ୍ଧ’
ନୂଆଦିଲ୍ଲୀ: ଜି-୭ ସମ୍ମିଳନୀରେ ମୋଦିଙ୍କୁ ମେଲୋନି କହିଛନ୍ତି, ‘ଇନଷ୍ଟାଗ୍ରାମ୍ରେ ଆମେ ଏବେ ଖୁବ ପ୍ରସିଦ୍ଧ’। ଫ୍ରାନ୍ସର ଏଭିଆନରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ବନ୍ଧୁତା ପୁଣି ଥରେ ଚର୍ଚ୍ଚାରେ ରହିଛି। ଏକ ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମେଲୋନି ପରସ୍ପରକୁ ଅଭିବାଦନ କରୁଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ସେମାନଙ୍କର ଲୋକପ୍ରିୟତା ବିଷୟରେ ମେଲୋନିଙ୍କୁ ଇଙ୍ଗିତ କରୁଥିବା ଦେଖାଯାଇଛି। ଏଥିରେ ଇଟାଲୀର ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଇନଷ୍ଟାଗ୍ରାମରେ ସବୁଠାରୁ ପ୍ରସିଦ୍ଧ ଲାଭ କରିଛେ। ମୋଦୀ ଗତ ମାସରେ ତାଙ୍କ ଇଟାଲୀ ଗସ୍ତରେ ମେଲୋନୀଙ୍କୁ ଭେଟିବା ସମୟରେ ପାର୍ଲେ ମେଲୋଡି ଟଫିର ଏକ ପ୍ୟାକେଟ୍ ଉପହାରରେ ପ୍ରଦାନ କରିଥିଲେ। ମୋଦୀ ଟଫି ପ୍ରଦାନ କରୁଥିବା ସମୟର ଭିଡିଓକୁ ମେଲୋନି ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟପକ୍ଷରେ ଏଭିଆନ-ଲେସ-ବେନ୍ସରେ ଜି୭ ସମ୍ମିଳନୀରେ ବିଶ୍ବନେତାଙ୍କ ଗମ୍ଭୀର ଆଲୋଚନା ବ୍ୟତୀତ ଆଉ କିଛି ହାଲୁକା ବିଷୟ ଚର୍ଚ୍ଚାରେ ରହିଥିଲା। ଏଥିରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ସିଗାରେଟ୍ ଟାଣିବା ଅଭ୍ୟାସ ଛାଡ଼ିବାକୁ ଓ ଆମେରିକା, କାନାଡା ଓ ମେକ୍ସିକୋରେ ଚାଲିଥିବା ଫିଫା ଫୁଟବଲ ବିଶ୍ବକପ୍କୁ ଚର୍ଚ୍ଚା ହୋଇଥିଲା।

