ମହିଳା ଜଜଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ , ସ୍ୱାମୀ ଗିରଫ
ନବରଙ୍ଗପୁର: ଜଣେ ମହିଳା ଜଜଙ୍କୁ ଯୌତୁକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାରେ ହେଉଛି। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ଜଣେ ମହିଳା ଜଜଙ୍କ ସହ ଘଟିଥିବା ଯୌତୁକ ନିର୍ଯାତନା ମାମଲାରେ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିବାବେଳେ ଜଣଙ୍କୁ ଗିରଫ କରିଛି। ମହିଳା ଜଜଙ୍କୁ ତାଙ୍କ ସ୍ୱାମୀ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଏହି ଘଟଣା ପରେ ସେ ପ୍ରାୟ ୧୦ ମାସ ଧରି ଅଲଗା ରହୁଥିଲେ ବୋଲି ଜଣାପଡ଼ିଛି। ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଭୁବନେଶ୍ୱରର ବାପୁଜୀ ନଗର ଅଞ୍ଚଳରୁ ମହିଳା ଜଜଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ମହିଳା ଥାନା ପୋଲିସ ପକ୍ଷରୁ ଏହି ଗିରଫଦାରୀ ପ୍ରକ୍ରିୟା କରାଯାଇଛି। ପୁଲିସ ତଥ୍ୟ ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀଙ୍କୁ ଭୁବନେଶ୍ୱରର ବାପୁଜୀ ନଗର ଅଞ୍ଚଳରୁ ଧରାଯାଇଥିଲା ଏବଂ ପରେ ତାଙ୍କୁ ଆଇନଗତ ପ୍ରକ୍ରିୟା ଅନୁସାରେ ଅଟକ ରଖାଯାଇଛି ।

